ଓଡ଼ିଶାରେ କମୁଛି ଏଡ୍‌‌ସ ରୋଗୀଙ୍କ ସଂଖ୍ୟା, ୨୦୩୦ ମସିହା ସୁଦ୍ଧା ଦେଶକୁ ଏଡ୍‌‌ସ ମୁକ୍ତ କରିବାଲକ୍ଷ୍ୟ…

add-all

ପାରାଦୀପ  : ୨୦୩୦ ମସିହା ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଏଡ୍‌‌ସ ମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସଚେତନତା କାର୍ଯ୍ୟକ୍ରମ ଏବଂ ପ୍ରତିରୋଧକ ବ୍ୟବସ୍ଥା ଗ୍ରହଣ ଫଳରେ ଓଡ଼ିଶାରେ ଏଡ୍‌‌ସ ରୋଗୀଙ୍କ ସଂଖ୍ୟା କମିଛି। ପୂର୍ବାପେକ୍ଷା ପ୍ରତିବର୍ଷ ରାଜ୍ୟରେ କମ୍‌‌ସଂଖ୍ୟକ ଏଡ୍‌‌ସ ରୋଗୀ ଚିହ୍ନଟ ହେଉଛନ୍ତି। ସମ୍ପ୍ରତି ବର୍ଷକୁ ପ୍ରାୟ ୩ ହଜାର ନୂଆ ଏଡ୍‌‌ସ ରୋଗୀ ଚିହ୍ନଟ ହେଉଛନ୍ତି।

ଏଥିମଧ୍ୟରୁ ଗଞ୍ଜାମ ଓ କଟକରେ ରୋଗୀ ସଂଖ୍ୟା ଅଧିକ ରହୁଛନ୍ତି। ଓଡ଼ିଶାରେ ୫୦ ହଜାରରୁ କମ୍‌‌ ଏଡ୍‌‌ସ ରୋଗୀ ଥିବାରୁ ଜାତୀୟ ହାରରେ ଏହା ‘ଗ’ ତାଲିକାରେ ରହିଥିବା ଓଡ଼ିଶା ରାଜ୍ୟ ଏଡ୍‌‌ସ ନିୟନ୍ତ୍ରଣ ସମିତିର ପ୍ରକଳ୍ପ ନିର୍ଦ୍ଦେଶକ ଡାକ୍ତର ଉର୍ମିଳା ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ପଞ୍ଜୀକୃତ ହୋଇଥିବା ୮ ହଜାର ୬୭୩ ଜଣ ଏଡ୍‌‌ସ ରୋଗୀଙ୍କ ପତ୍ତା ମିଳୁ ନ ଥିବା ଏନ୍‌‌.ଏ.ସି.ପି. ତଥ୍ୟରୁ ଜଣାପଡ଼ିଛି।

ତେବେ ନିଜ ପରିଚୟ ଲୁଚାଇବା ପାଇଁ ପଞ୍ଜୀକୃତ ରୋଗୀମାନେ ନିଜର ଫୋନ୍‌‌ ନମ୍ବର ଓ ଠିକଣା ଭୁଲ୍‌‌ ଦେଇଛନ୍ତି ଏବଂ ଏମାନଙ୍କ ମଧ୍ୟରୁ ଆଉ କିଛି ବାହାର ରାଜ୍ୟକୁ ପଳାଇଥିବାରୁ ସେମାନଙ୍କ ସମ୍ପର୍କରେ କୌଣସି ତଥ୍ୟ ମିଳୁନାହିଁ ବୋଲି ଏନ୍‌‌.ଏ.ସି.ପି. ତଥ୍ୟରେ ଦର୍ଶାଯାଇଛି।

ad-week
Leave A Reply

Your email address will not be published.