ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ କ୍ରୀଡା ଉଦଯାପିତ…

add-all

ଚିକିଟୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଉଦଯାପିତ ହୋଇଯାଇଛି ପଞ୍ଚବିଂଶତମ ବାର୍ଷିକ କ୍ରୀଡା। ଉଦଯାପନ ସମାରୋହର ମୁଖ୍ୟଅତିଥି ଭାବେ ଯୁନିୟନ ବ୍ୟାଙ୍କର ମ୍ୟାନେଜର ବି.ସୁରେଶ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବସନ୍ତ କୁମାର ପଣ୍ଡା, ସଭାପତି ପି. ରାମାରାଓ ସୁବୁଦ୍ଧି , ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ଉପସଭାପତି ସନ୍ତୋଷ ସାହୁ, ଯୁଗ୍ମ ସମ୍ପାଦକ କେ ସିମାଞ୍ଚଳ,ସଦସ୍ୟା ସଂଧ୍ୟାରାଣୀ ସେଠୀ ,ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଯୋଗୀ ସାରଙ୍କ ସହ ପ୍ରଧାନାଚାର୍ଯ୍ୟ ନିରଞ୍ଜନ ବିଷୋୟୀ ମଞ୍ଚାସୀନ ଥିଲେ।

ଶିଶୁ ବାଟିକା, ପ୍ରାକ୍ ଶିଶୁ , ଶିଶୁ, ବାଲ୍ ଓ କିଶୋରବର୍ଗର ପ୍ରତୀଯୋଗୀ ମାନେ ଦୌଡ (୧୦୦,୨୦୦,୬୦୦,୧୫୦୦ ଏବଂ ୩୦୦୦ମି.),ଗୋଳାଫିଙ୍ଗା, ଥାଳିଆଫିଙ୍ଗା, ବର୍ଚ୍ଛା ଫିଙ୍ଗା , ଲମ୍ବଡିଆଁ,ଉଚ୍ଚଡିଆଁ,ବେଙ୍ଗଡିଆଁ ଆଦି ୩୬ ପ୍ରକାର ପ୍ରତୀଯୋଗୀତାରେ ମୋଟ ୬୨୭ଜଣ ଶିଶୁ ଅଂଶଗ୍ରହଣ କରି ତନ୍ମଧ୍ୟରୁ ଶୁଭମ ବାଡତ୍ୟା, ଆସୀତ୍ ନାୟକ, ସଂନ୍ଧ୍ୟାରାଣୀ ପ୍ରଧାନ,ଅନନ୍ୟା ପାଢ଼ୀ ,ଦେବୀ ପ୍ରସାଦ ରେଡ୍ଡୀ,ମନଦୀପ୍ ବେହେରା ଆଦି ଭାଇଭଉଣୀ ବ୍ୟକ୍ତିଗତ ଭାବେ ୩ଟି ଖେଳରେ ପ୍ରଥମ ହୋଇ ଚମ୍ପିୟାନ ଭାବେ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କାର ପ୍ରାପ୍ତ କରିଛନ୍ତି।ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା ସମିତିର ସଭ୍ୟ କ୍ରୀଡା ଶିକ୍ଷକ ରଘୁନାଥ ଗୁରୁଜୀ ଓ ଅନୁଷ୍ଠାନର ଗୁରୁଜୀ/ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିଛି।

ad-week
Leave A Reply

Your email address will not be published.