କ୍ଷୁଦ୍ର ମତ୍ସ୍ୟ ଖାଦ୍ୟ ଉତ୍ପାଦନ କେନ୍ଦ୍ର ଉଦ୍‌ଘାଟନ ସହ ପରିଚାଳନାଗତ ତାଲିମ ଅନୁଷ୍ଠିତ…

add-all

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସେଛାସେବି ଅନୁଷ୍ଠାନ ସ୍ଵାତି ରାଇକିଆ ଓ ସମନ୍ବିତ କୃଷି ଯୋଜନା ସହଯୋଗରେ ଚାଲିଥିବା କାର୍ଯ୍ୟକ୍ରମରେ ଏକ ନୂତନ କାଯ୍ର୍ୟକ୍ରମ ଯୋଡିବା ଆଳରେ ଏକ କ୍ଷୁଦ୍ରମତ୍ସ୍ୟ ଖାଦ୍ୟ ଉତ୍ପାଦନ କେନ୍ଦ୍ର ଗୁମାମାହା ଗ୍ରାମ ପଂଚାୟତ ପାଙ୍ଗାନାଢୁ ଗ୍ରାମ ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହା ହିତାଧିକାରି ବିରେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏସ୍.ପି.ପି. ଆଇ.ଏଫ୍ . ପ୍ରକଳ୍ପ ତରଫରୁ ସହାୟତା ଯୋଗାଇ ଦିଆଯାଇଛି। ଏହାକୁ ସଠିକ୍ ଭାବରେ ଚଳାଇବା ପାଇଁ ଆବଶ୍ୟକ ଜ୍ଞାନକୌଶଳ ନିମନ୍ତେ ଏକ ଦିନିକିଆ ତାଲିମ୍ ପ୍ରଦାନ କରାଯାଈଥିଲା । ତାଲିମ୍ ଦାତା ଭାବେ ଭୂବନେଶ୍ବର ଓସନ୍‌ ତରଫରୁ ଅଭିଶିକ୍ତ ମିଶ୍ର ଓ ରାଇକିଆସହକାରି ମତ୍ସ୍ୟଅଧିକାରି ରୋଜାଲିନ୍ ଦାଶ ଯୋଗ ଦେଇ ଉତ୍ପାଦନ କେନ୍ଦ୍ର କୁ ସଠିକ୍ ଭାବରେ ଚଳାଇବା ପାଇଁ ଶିକ୍ଷା ପ୍ରଦାନ କରିଥିଲେ । ତାଲିମ୍ ନେବା ପାଇଁ ଜିଲ୍ଲାରେ ଚାଲିଥିବା ଚାରିଗୋଟି ଏସ୍.ପି.ପି. ଆଇ.ଏଫ୍ ପ୍ରକଳ୍ପ ଯଥା ନିର୍ମାଣ, ତୁମୁଡିବନ୍ଧ, ଜନବିକାଶ, କନ୍ଧମାଳ ସବୁଜ ବୈଦ୍ୟ ସଙ୍ଗଠନ, ଦାରିଙ୍ଗବାଡି, ଓ ସାତୀ ରାଇକିଆ ରୁ ୪୦ ରୁ ଅଧିକ ପ୍ରକଳ୍ପ ସଂଜୋଜକ ଏବଂ ଚାଷୀ ମାନେ ଭାଗ ନେଇ ତାଲିମ୍ ଗ୍ରହଣ କରିଥିଲେ । ଏହା ଅନୁଷ୍ଠାନ ତରଫରୁ ଏକ ଅଭିନ୍ନ ଚେଷ୍ଟା ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ମେସିନ୍ ମାଧ୍ୟମରେ କିପରି ମତ୍ସ୍ୟ ଖାଦ୍ୟ ତିଅରି ହେଉଛି ତାହା ଶିଖିସାରିବା ପରେ ନିଜେ ନିଜର ୟୁନିଟକୁ ସଠିକ୍ ଭାବରେ ଚଲାଇ ଭଲ ଦୁଇପଇସା ରୋଜଗାର କରିବାର ଲକ୍ଷ୍ୟ ରଖିଥିବା କଥା ସମସ୍ତ ଚାଷୀ ମତ ଦେଇଥିଲେ । ଅନୁଷ୍ଠାନ ତରଫରୁ ସମ୍ପାଦକ ହରି ଶଙ୍କର ରାଉତ ଯୋଗ ଦେଇ ମତ୍ସ୍ୟ ଚାଷକୁ ଅଗ୍ରାଧିକାର ଦେବାକୁ ହେଲେ ମାଛ ଖାଦ୍ୟ ଉତ୍ପାଦନ କେନ୍ଦ୍ରର ଗୁରୁତ୍ବ ଯଥେଷ୍ଠ ଅଛି ବୋଲି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମଟିକୁ ଗିରିଶ ଚନ୍ଦ୍ର ଶାମଲ, ମିନାକ୍ଷୀ ଦାଶ, ଚିତରଞନ ମିଶ୍ର, ଆଶିଶ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

ad-week
Leave A Reply

Your email address will not be published.