ସାଲେପୁରରେ କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ଏନକାଉଣ୍ଟର, ଗୁରୁତର ଅବସ୍ଥାରେ ଏସସିବିରେ ଭର୍ତ୍ତି

add-all

ସାଲେପୁର : ଜଗତସିଂପୁର ତିର୍ତ୍ତୋଲ ଅଞ୍ଚଳର କୁଖ୍ୟାତ ଅପରାଧୀ ସୁଶାନ୍ତ ସାହୁକୁ ପୋଲିସ ଏନକାଉଣ୍ଟର କରିଛି । ତାହାର ବାମ ଜଙ୍ଘରେ ଗୋଡ଼ରେ ଗୁଳି ବାଜିଛି। ସୁଶାନ୍ତ ଓ ତାର ସହଯୋଗୀ ଅସୁରେଶ୍ୱର ଖେଳ ପଡ଼ିଆ ପାଖରେ ଆସୁଥିବା ଗତକାଲି ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଖବର ପାଇଥିଲା।

ପରେ ପୋଲିସ ଟିମ୍ ସୁଶାନ୍ତଙ୍କୁ ଧରିବାକୁ ସେହି ସ୍ଥାନରେ ଛକି ରହିଥିଲା। ପୋଲିସକୁ ଦେଖି ସୁଶାନ୍ତ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା।।ସୁଶାନ୍ତ ନା ରେ ବିଭିନ୍ନ ଜିଲ୍ଲା ର ଏକାଧିକ ଥାନାରେ ୫୦ ଉର୍ଦ୍ଧ୍ୱ ମାମଲା ରହିଛି।ତେବେ ସୁଶାନ୍ତ ର ଗୋଡ଼ରେ ଗୁଳି ବାଜିବା ପରେ ତାକୁ ଏବେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ad-week
Leave A Reply

Your email address will not be published.