କ୍ରାଶ ହେଲା ବାୟୁସେନା ବିମାନ, ୨ ପାଇଲଟ୍‌ ମୃତ…

add-all

କ୍ରାଶ ହେଲା ବାୟୁସେନା ବିମାନ। ତେଲେଙ୍ଗାନାରେ ବାୟୁସେନାର ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି।

ସୂଚନା ମୁତାବକ, ତେଲେଙ୍ଗାନାର ଡିଣ୍ଡିଗୁଲ ସ୍ଥିତ ବାୟୁସେନା ଏକାଡେମିରେ ଟ୍ରେନିଂ ବେଳେ ବିମାନ ପିସି-୭ ଏମ୍‌କେ-୨ କ୍ରାଶ ହୋଇଛି। ଏଥିରେ ଦୁଇ ଜଣ ପାଇଲଟ ଥିଲେ। ଜଣେ ପ୍ରଶିକ୍ଷକ ଓ ଆଉ ଜଣେ କ୍ୟାଡେଟ୍‌ ସାମିଲ ଥିଲେ। ତେବେ ଦୁର୍ଘଟଣା ଉଭୟ ଗୁୁରୁତର ହୋଇଥିଲେ ପରେ ଏମାନଙ୍କ ମୃତ୍ୟୁ ହୋଇଛି।ଏନେଇ ଭାରତୀୟ ବାୟୁସେନା ସୂଚନା ଦେଇଛି। ସେପଟେ ଏହି ଦୁର୍ଘଟଣା ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦୁଃଖ ପ୍ରକାଶ କରିଛନ୍ତି। 

ସେ ସୋଶାଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ହାଇଦ୍ରାବାଦ ନିକଟରେ ହୋଇଥିବା ବାୟୁସେନାର ବିମାନ ଦୁର୍ଘଟଣା ଯୋଗୁ ମୁଁ ଦୁଃଖିତ। ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହେବା ବେଶ୍‌ ଦୁଃଖଦାୟକ।’ ଏଥିସହ ପାଇଲଟଙ୍କ ପରିବାର ପ୍ରତି ରାଜନାଥ ସମବେଦନା ଜଣାଇଛନ୍ତି।  

ଆଜି ସକାଳ ୮ଟା ୫୫ ମିିନିଟ୍‌ରେ ବିମାନ କ୍ରାଶ ହୋଇଥିଲା। ଗୁରୁତର ପାଇଲଟଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଛି। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ଏହି ମାମଲାର କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ad-week
Leave A Reply

Your email address will not be published.