ଓଡ଼ିଶାରେ ପ୍ରଭାବ ପକାଇବ ୩ ରାଜ୍ୟର ଫଳାଫଳ : ମନମୋହନ ସାମଲ…

add-all

ଭୁବନେଶ୍ବର; ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବିଜେପି ବିପୁଳ ଭୋଟରେ ବିଜୟ ହାସଲ କରିଛି। ଏହି ୩ଟି ରାଜ୍ୟରେ ବିଜେପିର ବିଜୟ ଓଡ଼ିଶାରେ ପ୍ରଭାବ ପକାଇବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ସେ କହିଛନ୍ତି, ଓଡ଼ିଶାରେ ଏହି ତିନି ରାଜ୍ୟର ଫଳାଫଳର ନିଶ୍ଚିତ ଓଡ଼ିଶା ଉପରେ ପ୍ରଭାବ ପକାଇବ। ଭ୍ରଷ୍ଟ ବିଜେଡି ସରକାରକୁ ହଟାଇବାକୁ ରାଜ୍ୟ ବିଜେପି ଜୋରଦାର ପ୍ରୟାସ କରିବ। ଏଠାରେ ଆଖି କାନ ନ ଥିବା ସରକାର ଚାଲିଛି। ଦେଢ଼କୋଟି ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। କିନ୍ତୁ ହେଲିକପ୍ଟରରେ ବୁଲିବାକୁ ୩ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଲୋକ ବୋହିବାକୁ ୫ ଶହ କୋଟି ଖର୍ଚ୍ଚ କରାଯାଉଛି। ନିଜ ଉତ୍ତରାଧିକାରୀ଼ ବାଛିବାକୁ ସରକାର ଏତେ ଟଙ୍କା ଖର୍ଚ୍ଚ କରୁଛନ୍ତି। ଯାହା ଚିନ୍ତାଜନକ ବିଷୟ।

ବିଜେପି ରାଜ୍ୟ ସଭାପତି ଆହୁରି କହିଛନ୍ତି, ଏହି ଭ୍ରଷ୍ଟ ସରକାର ଓଡ଼ିଶାର ଅସ୍ମିତା, ସଂସ୍କୃତି, ଭାବାବେଗ ସହିତ ଖେଳୁଛନ୍ତି। ରତ୍ନ ଭଣ୍ଡାର ଖୋଲିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଖୋଲାଯାଉନାହିଁ।  

୨୦୨୪ ରାଜନୀତିରେ ୟୁ ଟର୍ଣ୍ଣ ହେବ। ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ଅଛି। ଓଡ଼ିଶାରେ ମୋଦିଙ୍କ ସର୍ବାଧିକ ଲୋକପ୍ରିୟତା ଅଛି। ମୋଦିଙ୍କର ଏହି ଲୋକପ୍ରିୟତା ଆଗାମୀ ଦିନରେ ନିର୍ବାଚନରେ ଲୋକଙ୍କୁ ପ୍ରଭାବିତ କରିବ। ବିଜେପି ଏକପାଖିଆ ସରକାର ଗଢ଼ିବ ବୋଲି ମନମୋହନ ସାମଲ କହିଛନ୍ତି। 

ad-week
Leave A Reply

Your email address will not be published.