କିଏ କେଉଁଠି ଜିତିଲେ, ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ: ବିଜେଡି

add-all

ଭୁବନେଶ୍ବର: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପି ଓ ତେଲେଙ୍ଗାନାରେ କଂଗ୍ରେସର ବିପୁଳ ବିଜୟ ପରେ ପ୍ରତିକ୍ରିୟା ରଖିଛି ବିଜେଡି। ଏନେଇ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ୨୦୦୦ରୁ ୨୦୨୩ ମଧ୍ୟରେ ଓଡ଼ିଶାରେ କେଉଁ ମଡେଲ କାମ କରିନି। ଓଡ଼ିଶାରେ କେବଳ ନବୀନ ମଡେଲ ହିଁ କାମ କରିଛି । ଆଗାମୀ ଦିନରେ ବି କରିବ । ନବୀନ ମଡେଲ ହେଉଛି ବିକାଶର ମଡେଲ। ଦିଲ୍ଲୀଠୁ ନେଇ ଦୌଲତାବାଦ ଯାଏଁ ଓଡ଼ିଶାର ମଡେଲକୁ ସବୁ ଅନୁକରଣ କରିଛନ୍ତି। ସବୁ ରାଜ୍ୟ ବି ଓଡ଼ିଶାକୁ ପ୍ରଶଂସା କରିଛନ୍ତି। ନବୀନ ମଡେଲକୁ କେହି ବି ଛୁଇଁ ପାରିବେନି। କେଉଁଠି କିଏ ଜିତିଲେ ଓଡ଼ିଶା ଉପରେ ତାର ପ୍ରଭାବ ପଡ଼ିବ ନାହିଁ।

ସେ ଆହୁରି କହିଛନ୍ତି, କୌଣସି ଯୋଜନାରେ ଓଡ଼ିଶା କେବେ ବାଧକ ହୋଇନି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମର ବିକାଶର ଧାରା  ଚାଲିଛି। ଓଡ଼ିଶାରେ ବିଜୁ ଜନତା ଦଳର ସରକାର ଲୋକଙ୍କ ବିକାଶ ପାଇଁ କାମ କରୁଛି। ଯେତେ ମନ୍ତ୍ରୀ ଆସିଛନ୍ତି ଯେତେ ଟିମ ଆସିଛନ୍ତି ଆମକୁ ପ୍ରଶଂସା କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କେମିତି ଓଡ଼ିଶାରେ କାମ କରୁଛି, ତାହା ଅନ୍ୟ ରାଜ୍ୟରୁ ଲୋକ ଆସୁଛନ୍ତି ଦେଖିବା ପାଇଁ। ମୁକ୍ତା ଯୋଜନାକୁ କେରଳ ଭଳି ରାଜ୍ୟ ନେବା ପାଇଁ ଆଗ୍ରହୀ। ତେଣୁ ଆମେ କୌଣସି ଯୋଜନାରେ ବାଧକ ସାଜିନୁ, ବରଂ ଲୋକଙ୍କ ବିକାଶ ପାଇଁ କାମ କରୁଛୁ।

ad-week
Leave A Reply

Your email address will not be published.