ବିଜେପିର ବଡ଼ ବିଜୟ, କଂଗ୍ରେସ ହାରିଛି, ଲୋକେ ନୁହନ୍ତି: ମମତା

add-all

ଦେଶର ୩ ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସର ପରାଜୟ ପରେ ବିରୋଧୀ ଦଳଗୁଡ଼ିକର ମେଣ୍ଟ ଇଣ୍ଡିଆରେ ହଇଚଇ ସୃଷ୍ଟି ହୋଇଛି। ମେଣ୍ଟରେ ଥିବା ଦଳଗୁଡ଼ିକ ପରାଜୟ ପାଇଁ କଂଗ୍ରେସକୁ ହିଁ ଦାୟୀ କରିଛନ୍ତି। କଂଗ୍ରେସ ରାଜ୍ୟଗୁଡ଼ିକରେ ଏକାକୀ ନିର୍ବାଚନ ଲଢ଼ିବାରୁ ଭୋଟ ବିଭାଜନ ହୋଇଥିଲା। ଏହାର ଫାଇଦା ବିଜେପି ପାଇଥିବା ମେଣ୍ଟରେ ଥିବା ଏକାଧିକ ଦଳ ନେତା କହିଛନ୍ତି।

ଏହିକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଏହା କଂଗ୍ରେସର ପରାଜୟ। ଲୋକମାନଙ୍କ ନୁହେଁ। କଂଗ୍ରେସ ତେଲଙ୍ଗାନାରେ ଜିତିଛି। ସେମାନେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ମଧ୍ୟ ଜିତି ପାରି ଥାଆନ୍ତେ। କିଛି ଭୋଟ ଇଣ୍ଡିଆ ପାର୍ଟିଗୁଡ଼ିକ ଦ୍ୱାରା କଟିଛି।

ଏହା ପୂରା ସତ୍ୟ। ଆମେ ସିଟ୍‌ ଶେୟାରିଂ ପ୍ରସ୍ତାବ ଦେଇଥିଲୁ। ସେମାନେ ଭୋଟ ବିଭାଜନ ଯୋଗୁ ହାରିଲେ। ବିଚାରଧାରା ସହ ଆପଣମାନଙ୍କୁ ରଣନୀତି ମଧ୍ୟ କରିବାକୁ ପଡ଼ିବ। ଯଦି ଠିକ ଭାବେ ସିଟ ଶେୟାରିଂ ବ୍ୟବସ୍ଥା ହେବ, ତା’ହେଲେ ୨୦୨୪ରେ ବିଜେପି କ୍ଷମତାକୁ ଆସି ପାରିବ ନାହିଁ। ଇଣ୍ଡିଆ ମେଣ୍ଟରେ ଥିବା ଦଳଗୁଡ଼ିକ ଏକାଠି ହୁଅନ୍ତୁ ଓ ଦୋଷ ଦୁର୍ବଳତାକୁ ସାଧାରଣ ନିର୍ବାଚନ ପୂର୍ବରୁ ଚିହ୍ନଟ କରନ୍ତୁ। ଆମେ ଭୁଲରୁ ଶିଖି ଆଗକୁ ଯିବା।”

ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ହାରିଥିବା ବେଳେ ମିଜୋରାମରେ କେବଳ ଗୋଟିଏ ଆସନ ଜିତିବାକୁ ସକ୍ଷମ ହୋଇଛି। ବିଭିନ୍ନ ରାଜ୍ୟରେ ଇଣ୍ଡିଆ ମେଣ୍ଟରେ ଥିବା ଦଳ ଗୁଡ଼ିକ କଂଗ୍ରେସ ବିରୋଧରେ ମଧ୍ୟ ପ୍ରାର୍ଥୀ ଦେଇଥିଲେ। ତେଣୁ ଭୋଟ ବିଭାଜନ ହୋଇ ବିଜେପି ସପକ୍ଷରେ ଜନାଦେଶ ଯାଇଥିବା ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।

ad-week
Leave A Reply

Your email address will not be published.