ଦରିଦ୍ରତା ସାଜିଛି ଚିକିତ୍ସାରେ ବାଧକ…

add-all

ଦାରିଙ୍ଗବାଡ଼ି, ୪/୧୨ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାଟିଙ୍ଗିଆ ପଞ୍ଚାୟତ ମହକୁମା ସ୍ଥିତ ମାରିଆପାଲ୍ଲୀ ସାହିର ବିକ୍ରମ ମନ୍ତ୍ରୀ ବୟସ ପ୍ରାୟ ୬୨ ବର୍ଷ। ଦୀର୍ଘ ୩ବର୍ଷ ହେଲା ରୋଗାଗ୍ରସ୍ତ ଅବସ୍ଥାରେ ଘରେ ପଡି ରହିଛନ୍ତି। ଦୁଇ ପାଦ ଫୁଲି ଯାଇଛି, ଯାହାକି ପାଦରୁ ଆଣ୍ଠୁ ଯାଏ ଓ ଦୁଇ ହାତ ପାପୁଲିରୁ କଁହୁଣି ଯାଏ ଗଣ୍ଠି ଗଣ୍ଠି ହୋଇ ଫଳି ରହିଛି। ଯାହାରି ଫଳରେ ଚାଲିବା ବୁଲିବା କି କୁଲି ମଜୁରୀ କାମ କରିବାକୁ ସକ୍ଷମ ହୋଇ ପାରୁନଥିବା ଜଣାପଡିଛି। ବର୍ତ୍ତମାନ ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଓ ପୁଅଟିଏ। ବାପାଙ୍କ ରୋଗା ଗ୍ରସ୍ତ କାରଣରୁ ପୁଅ ରାନୁ ମନ୍ତ୍ରୀ ଦଶମ ପାସ ପରେ ପରେ ପରିବାର ଚଳେଇବା ନେଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବିକ୍ରମ ମନ୍ତ୍ରୀ ସୂଚନା ଦେଇଛନ୍ତି। ବିକ୍ରମଙ୍କ ସ୍ତ୍ରୀ ମୀରା ମନ୍ତ୍ରୀ ଦରିଦ୍ରତା କାରଣରୁ ସ୍ୱାମୀଙ୍କୁ ଏକଲା ଘରେ ଛାଡ଼ି ଦେଇ ଗାଁର କୁଲି ମଜୁରୀ କରିବାକୁ ଯିବାକୁ ବାଧ୍ୟ ହେଉଥିବା କହିଛନ୍ତି। ରାଜ୍ୟ ସରକାରଙ୍କ ଗରିବ ଗୁରୁବାଙ୍କ ପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ରହିଥିଲେ ସୁଦ୍ଧା, ବଞ୍ଚିତ ହୋଇ ରହିଥିବା ଜଣାପଡିଛି। ବର୍ତ୍ତମାନ ସରକାରଙ୍କ ଦ୍ୱାରା ଯୋଗାଇ ଦେଉଥିବା ପିଡ଼ିଏସ ଚାଉଳ ହିଁ ସେମାନଙ୍କ ସାହା ଭରଷା। ବାର୍ଦ୍ଧକ୍ଷ ଭତ୍ତା ପାଇବା ପାଇଁ ଆବେଦନ କରିଛନ୍ତି ସତ, ହେଲେ ବାର୍ଦ୍ଧକ୍ଷ ଭତ୍ତା ବି ପାଇ ନାହାନ୍ତି। ସ୍ୱାମୀ ସ୍ତ୍ରୀ ଦୁହେଁ ମାଟି ଝାଟିର ଟିଣ ଛପର ଘରେ ଚଳୁ ଛନ୍ତି। ଏଣୁ ଏହିଭଳି ଦୁର୍ଦ୍ଦିନରେ ବ୍ଲକ ଓ ଜିଲା ପ୍ରଶାସନର ସହାୟତା ସ୍ୱାମୀ ସ୍ତ୍ରୀ ଦୁହେଁ ଲୋଡିଥିବା ବେଳେ, ଅଞ୍ଚଳ ବାସୀ ଅତିଶୀଘ୍ର ସହାୟତା ଯୋଗାଇ ଦେବାକୁ ଜିଲା ପ୍ରସସନଙ୍କ ନିକଟରେ ଦାବୀ ରଖି ଛନ୍ତି।

ad-week
Leave A Reply

Your email address will not be published.