ଓ୍ୱାଘା ବର୍ଡର ଡେଇଁ ପାକିସ୍ତାନରୁ ଆସିଲା କନିଆଁ, ଭାରତରେ ହେବ ନିକାହା…

add-all

ମିଳିଲା ଗ୍ରୀନ୍‌ ସିଗ୍‌ନାଲ। ଓ୍ୱାଘା ବର୍ଡର ଡେଇଁ ଆସିଲା କନିଆଁ। ଭାରତର ବରକୁ କରିବ ବିବାହ। ଭାରତରେ ରୀତିନୀତି ଅନୁସାରେ ହେବ ନିକାହା। ଏଥିପାଇଁ ଏବେ ଭାରତ ସରକାର ପାକିସ୍ତାନର କନିଆଁକୁ ଅନୁମତି ଦେଇଛନ୍ତି।

ପାକିସ୍ତାନ କରାଚିର ଜାଭରିୟା ଖାନମ। ଭାତରର ସମୀର ଖାନ୍‌ଙ୍କୁ ସେ କରିବେ ଜୀବନ ସାଥୀ। ଆଜି ଓ୍ୱାଘା ବର୍ଡର ଡେଇଁ ସେ ପାକିସ୍ତାନରୁ ଆସିଛନ୍ତି। ଅମୃତସରର ଅଟାରୀ ସୀମା ଦେଇ ଭାରତରେ ପହଞ୍ଚିଛନ୍ତି। ଭାରତ ସରକାର ତାଙ୍କୁ ୪୫ ଦିନର ଭିସା ଦେଇଛନ୍ତି। ତେବେ ପୂର୍ବରୁ ଜାଭରିୟା ଖାନମଙ୍କୁ ଭିସା ମିଳିନଥିଲା। ଏଥିପାଇଁ ଉଭୟ ପରିବାରର ଚିନ୍ତାରେ ପଡ଼ି ଯାଇଥିଲେ। 

ଜାଭରିଆ ଖାନମ୍‌ କୋଲକାତାର ସମୀର ଖାନ୍‌ଙ୍କୁ ବିବାହ କରିବେ। ଏଥିପାଇଁ ଜାଭରିଆଙ୍କୁ ସ୍ୱାଗତ କରିବା ପାଇଁ ସମୀର ଖାନ୍‌ ନିଜ ବାପା ମହମ୍ମଦ କମଲ ଖାନ୍‌ ୟୁସୁଫଜାଇଙ୍କ ସହ ଅମୃତସରର ଅଟାରୀ ସୀମାରେ ପହଞ୍ଚିଛନ୍ତି। ସେ ସେଠାରେ ଇସମାଇଲ ଖାନ୍‌ ଓ ତାଙ୍କ ଝିଅଙ୍କୁ ସ୍ୱାଗତ ଜଣାଇ ଘରକୁ ଆଣିଛନ୍ତି।

ସୂଚନା ମୁତାବକ, ପୂର୍ବରୁ ଜାଭରିଆ ଓ ସମୀରଙ୍କ ବିବାହ ତାରିଖ ଧାର୍ଯ୍ୟ ହୋଇସାରିଥିଲା। କିନ୍ତୁ ଭାରତ ଆସିବା ପାଇଁ ଜାଭରିଆ ଯେଉଁ ଭିସା ଆବେଦନ କରିଥିଲେ ତାହା କ୍ୟାନ୍‌ସେଲ ହୋଇଯାଇଥିଲା। ଏହି କାରଣରୁ ପରିବାର ସଦସ୍ୟ ଅତ୍ୟନ୍ତ ନିରାଶ ହୋଇଥିଲେ ଏବଂ ସେମାନେ ପୁନର୍ବାର ଭିସା ପାଇଁ ଆବେଦନ କରିଥିଲେ। ତେବେ ଦ୍ୱିତୀୟ ଥର ମଧ୍ୟ ଜାଭରିଆଙ୍କ ଭିସା ବାତିଲ ହୋଇଯାଇଥିଲା। ଏହା ପରେ ପଞ୍ଜାବ କାଦିୟାନର ଜଣେ ସାମାଜିକ କର୍ମୀ ମକବୁଲ ଅହମ୍ମଦ କାଦିଆନଙ୍କ ଉଦ୍ୟମ ଯୋଗୁଁ ସେ ଭିସା ପାଇଥିଲେ। ବର୍ତ୍ତମାନ ତାଙ୍କୁ ମାତ୍ର ୪୫ ଦିନ ପାଇଁ ଭିସା ମିଳିଛି। ଜାଭରିଆ ଖାନମ୍ ଅମୃତସରରେ ପହଞ୍ଚିବା ମାତ୍ରେ ସେ ଅମୃତସର ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଲକାତା ଯାଇଛନ୍ତି। ଜାଭରିଆ ଏବଂ ସମୀର କିଛି ଦିନ ମଧ୍ୟରେ ବିବାହ କରିବେ। ଏହା ପରେ ସେ ଭାରତ ସରକାରଙ୍କ ଠାରୁ ଦୀର୍ଘକାଳୀନ ଭିସା ବୃଦ୍ଧି ପାଇଁ ଆବେଦନ କରିବେ।

ad-week
Leave A Reply

Your email address will not be published.