ଓଡ଼ିଶା ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ ଆକ୍ଲେଡସ୍ ୨୦୨୩: ଫ୍ରଣ୍ଟାୟର ମିଡିଆକୁ ବଡ ସଫଳତା…

add-all

ଭୁବନେଶ୍ୱର: ଫ୍ରଣ୍ଟାୟର ମିଡିଆ କ୍ୱିଜୋଟିକାର(Quizzotica) ସପ୍ତମ ସଂସ୍କରଣରେ ଏହାର ଉଦ୍ୟୋଗୀ ମନୋଭାବ ପାଇଁ ସ୍ୱୀକୃତି ଲାଭ ପାଇଛି। କମ୍ପାନୀକୁ “ବୁଟସଷ୍ଟ୍ରାପେଡ ବିଜିନେସ୍” ବର୍ଗରେ ସମ୍ମାନଜନକ ଓଡ଼ିଶା ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଆକୋଲେଡ୍ସ ୨୦୨୩ ମିଳିଛି। ଏଥିସହ ବିନା ବାହ୍ୟ ପାଣ୍ଠିରେ ଏକ ସଫଳ ଗଣମାଧ୍ୟମ ଉଦ୍ୟୋଗ ଗଠନରେ ନିଷ୍ଠାର ସହ କାମ କରିଥିବାରୁ ଓଡ଼ିଶା ବାଇଟ୍ସର ପ୍ରତିଷ୍ଠାତା ତଥା ଗ୍ରୁପ୍ ଏଡିଟର ସନ୍ଦୀପ ମିଶ୍ର ଏବଂ ସହ-ପ୍ରତିଷ୍ଠାତା ତଥା ସମ୍ପାଦକ ପୁଣ୍ୟପ୍ରଭା ରଥଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

୨୦୧୮ରେ ପ୍ରତିଷ୍ଠା ହୋଇଥିବା ଫ୍ରଣ୍ଟାୟର ମିଡିଆ odishabytes.com ୨୪ ଘଣ୍ଟିଆ ନ୍ୟୁଜ ପୋର୍ଟାଲ ପ୍ରତିଷ୍ଠା କରିଥିଲା। ଏହାପରେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଆଉ ତିନୋଟି ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମର ଶୁଭାରମ୍ଭ କରିଛି।odishasambad.in, indiabytes.com, ଓ educationbytes.inରେ ଏବେ ଖବର ଅଭିଯାନ ଜାରି ରଖିଛି।

ଫ୍ରଣ୍ଟାୟର ମିଡିଆର ବିବିଧ ପୋର୍ଟଫୋଲିଓ ଅଡିଓ ଭିଜୁଆଲ୍ ବିଷୟବସ୍ତୁ ସୃଷ୍ଟି, ଡିଜାଇନ୍, ବିଷୟବସ୍ତୁ ବିକାଶ, ମୁଦ୍ରଣ, ବିଜ୍ଞାପନ, ଗଣମାଧ୍ୟମ ଯୋଜନା, ପରାମର୍ଶ ଏବଂ ସାମାଜିକ ଗଣମାଧ୍ୟମ ପରିଚାଳନା ଆଦି କାମ କରୁଛି।

ଭୋର୍ଦୁରାଜ ଏଜୁକେସନ୍ ପ୍ରାଇଭେଟ୍ ଲିମିଟେଡର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀଜତ ମିଶ୍ର, କିଟ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନସେଲର ଡକ୍ଟର ତପନ ପଣ୍ଡା, ଓଡ଼ିଶା ଅର୍ବାନ ଏକାଡେମିର ନିର୍ଦ୍ଦେଶକ ଡକ୍ଟର ସାନ୍ତନୁ ରଥ ଏହି ଅବସରରେ ଉପସ୍ଥିତ ଥିଲେ। ଯେଉଁଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଓଡିଶା ଷ୍ଟାର୍ଟଅପ୍ ପାଇଁ ଫଣ୍ଡିଂ ବିକଳ୍ପ ଏବଂ ରଣନୀତି ଉପରେ ଏକ ପ୍ୟାନେଲ ଆଲୋଚନା ମଧ୍ୟ ହୋଇଥିଲା।

ନ୍ୟାସନାଲ ଏଚ୍ଆରଡି ନେଟଓ୍ୱର୍କ (ଏନ୍ଏଚ୍ଆରଡିଏନ୍) ଭୁବନେଶ୍ୱର ଚାପ୍ଟର, ଭୋର୍ଦୁରାଜ ଏଜୁକେସନ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ TiE ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ଉଦ୍ୟୋଗୀ ଇକୋସିଷ୍ଟମର ଭାବନାକୁ ପାଳନ କରାଯିବା ସହ ଫ୍ରଣ୍ଟାୟର ମିଡିଆର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା।

ବିକାଶର ଧାରାକୁ ଆଗେଇ ନେବା ପାଇଁ ଏହାର ପ୍ରତିବଦ୍ଧତା ଏବଂ ବିବିଧ ମିଡିଆ ଉଦ୍ୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସହିତ ଫ୍ରଣ୍ଟାୟର ମିଡିଆ ଏହି ଅଞ୍ଚଳରେ ଆଶାୟୀ ଉଦ୍ୟୋଗୀମାନଙ୍କ ପାଇଁ ଏକ ପ୍ରେରଣା ଭାବେ ଉଭା ହୋଇଛି।

ଓଡ଼ିଶା ଷ୍ଟାର୍ଟ-ଅପ୍ ଇକୋସିଷ୍ଟମ୍ ଆକୋଲେଡ୍ସ ୨୦୨୩ରେ ଏହି ସ୍ୱୀକୃତି କମ୍ପାନୀର ନିଷ୍ଠା ଏବଂ ସ୍ଥାନୀୟ ବ୍ୟବସାୟିକ ପରିଦୃଶ୍ୟ ଉପରେ ଏହାର ସକାରାତ୍ମକ ପ୍ରଭାବର ପ୍ରମାଣ।

ad-week
Leave A Reply

Your email address will not be published.