ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଗୁଳି କରି ହତ୍ୟା…

add-all

ରାଷ୍ଟ୍ରୀୟ ରାଜପୁତ କରଣୀ ସେନା ସଭାପତି ସୁଖଦେବ ସିଂହ ଗୋଗାମେଡିଙ୍କୁ ଆଜି ରାଜସ୍ଥାନର ରାଜଧାନୀ ଜୟପୁରରେ ଗୁଳି କରି ହତ୍ୟା କରାଯାଇଛି। ଏହି ଗୁଳିମାଡ଼ ଘଟଣାରେ ତାଙ୍କର ଦୁଇ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି।

ଅପରାହ୍ନ ପ୍ରାୟ ୧.୪୫ ମିନିଟରେ ସୁଖଦେବ ସିଂହ ଗୋଗାମେଡିଙ୍କ ଘରେ ଏହି ଘଟଣା ଘଟିଥିଲା। ଏହି ହତ୍ୟାକାଣ୍ଡର ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ସିସିଟିଭିରେ କଏଦ ଦୃଶ୍ୟରୁ ଦେଖିବାକୁ ମିଳିଛି ଯେ ସୁଖଦେବ ସିଂହ ଗୋଗାମେଡି ଓ ଆଉ ଚାରି ଜଣ ବ୍ୟକ୍ତି ଗୋଟିଏ ରୁମ୍‌ରେ ବସିଛନ୍ତି। ଗୋଗାମେଡି ସୋଫାରେ ବସି ମୋବାଇଲ ଫୋନ୍ ଦେଖୁଥିବା ବେଳେ ଆଉ ତିନି ଜଣ ସୋଫାରେ ବସିଥିଲେ। ଜଣେ ବ୍ୟକ୍ତି ଉକ୍ତ କଠୋରୀର ଦ୍ୱାର ପାଖରେ ଛିଡ଼ା ହୋଇଥିଲେ। 

ଗୋଗାମେଡିଙ୍କ ସାମ୍ନାରେ ସୋଫାରେ ବସିଥିବା ଦୁଇ ଯୁବକ ହଠାତ୍ ଉଠିପଡ଼ି ତାଙ୍କ ଉପରକୁ ଗୁଳି କରିଥିଲେ। ତା’ସହିତ ସେଠାରେ ଉପସ୍ଥିତ ଗୋଗାମେଡିଙ୍କ ଦୁଇ ସହଯୋଗୀଙ୍କ ଉପରକୁ ଗୁଳି କରିଥିଲେ। ସେମାନେ ଗୋଗାମେଡିଙ୍କ ଉପରକୁ ଏକାଧିକ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳିମାଡ଼ ପରେ ଗୋଗାମେଡି ତଳେ ପଡ଼ି ଯାଇଥିଲେ। ସେ ତଳେ ପଡ଼ିଯିବା ପରେ ମଧ୍ୟ ତାଙ୍କ ଉପରକୁ ଗୁଳି କରାଯାଇଥିଲା। 

ad-week
Leave A Reply

Your email address will not be published.