‘ପାହାଡ଼ ଉପରକୁ ଯାଇ ଇଭିଏମ୍‌ ଇଭିଏମ୍‌ ଜପନ୍ତୁ ରାହୁଲ’…

add-all

ତିନି ରାଜ୍ୟରେ ଫେଲ୍‌ ମାରିଛି କଂଗ୍ରେସ। କାମ କଲାନି କୌଣସି ବି ପ୍ଲାନ। କଂଗ୍ରେସର ଶୋଚନୀୟ ପରାଜୟ ହୋଇଛି। ଏହି ପରାଜୟ ପରେ ଏବେ କଂଗ୍ରେସକୁ ଚାରୁଆଡୁ ବାଣ ମାରୁଛନ୍ତି ବିରୋଧୀ। ଏହି କ୍ରମରେ ବିଜେପି ସାଂସଦମାନେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଦେଇଛନ୍ତି ବଡ଼ ପରାମର୍ଶ।

‘ରାହୁଲ ଗାନ୍ଧି ଆହୁରି ୧୮-୧୯ ବର୍ଷ ପର୍ଯ୍ୟନ୍ତ ମନ୍ଥନ କରିବା ଉଚିତ। ସେ ପାହାଡ଼ ଉପରକୁ ଯାଇ ବାବା, ଅଘୋରୀ, ଜଟାଧାରୀଙ୍କ ସହିତ ରହିବା ଉଚିତ। ବରଫରେ ଶୋଇ ଇଭିଏମ୍‌ ଇଭିଏମ୍‌ ଜପିବା ଉଚିତ। ଏମାନେ ଇଭିଏମ୍‌ ଇଭିଏମ୍‌ ଜପୁଥିବେ ଆଉ ଆମେ ମୋଦିଜୀଙ୍କ ନେତୃତ୍ୱରେ ୨୦୨୪ରେ ୪୦୦ରୁ ବି ଅଧିକ ଆସନରେ ବିଜୟ ହାସଲ କରିବୁ।’ କଂଗ୍ରେସକୁ କଟାକ୍ଷ କରି ଏଭଳି କିଛି କହିଛନ୍ତି ବିଜେପି ସାଂସଦ ଦିନେଶ ଲାଲ ଯାଦବ ଓରଫ ନିରହୁଆ।

ଆଜମଗଡ଼ରୁ ବିଜେପିର ସାଂସଦ ଥିବା ଭୋଜପୁରୀ ଅଭିନେତା ନିରହୁଆ ଆହୁରି କହିଛନ୍ତି, ଦେଶର ଜନତା ଯାହା ଭାବୁଛନ୍ତି, ତାର ପୂରାପୁରି ବିପରିତ ଭାବୁଛନ୍ତି ରାହୁଲ ଗାନ୍ଧି। ପ୍ରଧାନମନ୍ତ୍ରୀଙ୍କ ସଙ୍କଳ୍ପ ଅନୁଯାୟୀ ଦେଶର ଜନତା ବିକଶିତ ରାଷ୍ଟ୍ର ଗଢ଼ିବା ପାଇଁ ଲାଗି ପଢ଼ିଛନ୍ତି। କିନ୍ତୁ ରାହୁଲ ଗାନ୍ଧି ଜାତିଗତ ଜନଗଣନା କରି ଦେଶକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି। ଦେଶବାସୀ ଦେଶକୁ ମଜଭୁତ କରିବାକୁ ଚାହୁଁଛନ୍ତି। ଏହାର ପରିଣାମ ସ୍ୱରୂପ ବିଜେପି ହ୍ୟାଟ୍ରିକ୍‌ କରିଛି। ଆମେ ୨୦୨୪ରେ ମଧ୍ୟ ହ୍ୟାଟ୍ରିକ୍‌ କରିବୁ ବୋଲି ସେ କହିଛନ୍ତି।

ସେହିପରି ଅଭିନେତାରୁ ନେତା ପାଲଟିଥିବା ଗୋରଖପୁର ସାଂସଦ ରବି କିଶନ ମଧ୍ୟ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କୁ କଟାକ୍ଷ କରି କହିଛନ୍ତି, ସୋଶାଲ ମିଡିଆ ହିଁ ତାଙ୍କୁ(ରାହୁଲ ଗାନ୍ଧି) ବୁଡ଼ାଇ ଦେଲା। ସୋଶାଲ ମିଡିଆ ଅର୍ଥ ସେ ଭାରତ ବୋଲି ଭାବୁଥିଲେ। ଗାଁ ଯାଏଁ ସୋଶାଲ ମିଡିଆ ଯାଉଛି। ସୋଶାଲ ମିଡିଆ ବିହାରର ସମସ୍ୟାକୁ ବୁଝୁଛି ବୋଲି ଏମାନେ ଚିନ୍ତା କରୁଥିଲେ। ଆମ ପ୍ରଧାନମନ୍ତ୍ରୀ ପଛୁଆ ବର୍ଗ, ମହିଳା ତଥା ଗରିବ ପ୍ରତିଟି ବ୍ୟକ୍ତିଙ୍କ ପାଇଁ କାମ କରିଛନ୍ତି।

ସବୁଠୁ ବଡ ଜାତି ହେଉଛି ଗରିବ। ଏମାନେ ଜାତିଜନଗଣନା କଥା କହୁଥିବା ବେଳେ ମୋଦିଜୀ ଦେଶରେ କେବଳ ଗୋଟିଏ ହିଁ ଜାତି ଅଛି ତାହା ହେଉଛି ଗିରବ। ଗରିବ କୃଷକ ଓ ଗରିବ ମହିଳା ବୋଲି କହିଛନ୍ତି। ଯେଉଁଠି ପୂରା ଭାରତ ଓ ବିଶ୍ୱ ପ୍ରଧାନମନ୍ତ୍ରୀଙ୍କୁ ପ୍ରଣାମ କରୁଛି ସେଠି ମଉକା ମିଳିଳେ ଏମାନେ ତାଙ୍କୁ ଗାଳିଗୁଲଜ କରୁଛନ୍ତି। ଛତିଶଗଡ଼, ରାଜସ୍ଥନ ଓ ମଧ୍ୟପ୍ରଦେଶର ଜନତା ତରସ୍କାର କରିବା ପରେ କଂଗ୍ରେସ ଏବେ ହତାଶ ହୋଇପଡିଛି ବୋଲି ରବି କିଶନ କହିଛନ୍ତି। 

ad-week
Leave A Reply

Your email address will not be published.