୧୭ରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ନିର୍ବାଚନ

add-all

ଆସନ୍ତା ୧୭ ତାରିଖରେ ବାର କାଉନସିଲ ଅଫ ଇଣ୍ଡିଆର ଓଡ଼ିଶା ସଦସ୍ୟ ପଦ ପାଇଁ ନିର୍ବାଚନ। ବିସିଆଇ ସଦସ୍ୟ ପଦ ନିର୍ବାଚନ କରାଇବାକୁ ବାର କାଉନସିଲ ଅଫ ଇଣ୍ଡିଆର ଚିଠି। ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ବିସିଆଇ।

ସେହି ନିର୍ବାଚନ ପାଇଁ ଅନିୟମିତତା ଅଭିଯୋଗ ହୋଇଛି। ସେଥିପାଇଁ ତଦନ୍ତକାରୀ ଟିମ ଗଠନ କରିଛନ୍ତି ବିସିଆଇ। ଏବେ କେବଳ ବିସିଆଇ ସଦସ୍ୟ ପାଇଁ ହେବ ନିର୍ବାଚନ।ତଦନ୍ତକାରୀ ଟିମ ଆସନ୍ତା ୧୨ ତାରିଖରେ ଓଡିଶା ଆସିବେ।

୧୪ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବେ କମିଟି। ଏହାପରେ ରାଜ୍ୟ ଆଇନଜୀବୀ ପରିଷଦର ବିଭିନ୍ନ ପଦବୀ ନିର୍ବାଚନ ହେବ।ଏହି ନିର୍ବାଚନରେ ଭୋଟ ଦେବେ ରାଜ୍ୟର ୨୫ ଜଣ ନବ ନିର୍ବାଚିତ ବାର କାଉନସିଲ ସଦସ୍ୟ ।

ad-week
Leave A Reply

Your email address will not be published.