ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ…

add-all

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିବାହ ଆବେଦନ ଖାରଜ। ଖାରଜ କଲେ କଟକ ବିବାହ ପଞ୍ଜିକରଣ ଅଧିକାରୀ। ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ଆଧାରରେ ଖାରଜ। ବିବାହ ପାଇଁ ଆବେଦନ କରିଥିବା ଯୁବତୀ ବିବାହିତା। ବିବାହ ପରେ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇଛି।

ସେ ନେଇ କାଗଜପତ୍ର ଓ ସାକ୍ଷ୍ୟପ୍ରମାଣ ପାଇବା ପରେ ନିଷ୍ପତ୍ତି ନେଲେ ବିବାହ ପଞ୍ଜିକରଣ ଅଧିକାରୀ। ସେପ୍ଟେମ୍ବର ୨୧ ତାରିଖରେ କଟକ ସଵ ରେଜିଷ୍ଟ୍ରାର ତଥା ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ବିବାହ ପାଇଁ ଆବେଦନ କରିଥିଲେ ବିଜୟ ଶଙ୍କର।

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରତ୍ୟୁଷା ନନ୍ଦଙ୍କ ବିବାହ ଆବେଦନକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ଖାରଜ କଲେ କଟକ ଜିଲା ସଵ୍ ରେଜିଷ୍ଟ୍ରାର ତଥା ବିବାହ ପଞ୍ଜିକରଣ ଅଧିକାରୀ। ବାନ୍ଧବୀ ସୋମାଲିକାଙ୍କ ଅଭିଯୋଗ ସତ୍ୟ ବୋଲି ପ୍ରମାଣ ମିଳିବା ପରେ ଏହି ଆବେଦନ ଖାରଜ ହୋଇଯାଇଛି। ବିବାହ ପାଇଁ ଆବେଦନ କରିଥିବା ଯୁବତୀ ପୂର୍ବରୁ ବିବାହିତା ଏବଂ ବିବାହ ପରେ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇଛି।

ସେନେଇ କାଗଜପତ୍ର ଓ ସାକ୍ଷ୍ୟପ୍ରମାଣ ପାଇବା ପରେ ନିଷ୍ପତ୍ତି ନେଲେ ବିବାହ ପଞ୍ଜିକରଣ ଅଧିକାରୀ । ତେବେ ଅବିବାହିତା ନଦର୍ଶାଇ ସ୍ୱାମୀ ପରିତ୍ୟକ୍ତ ଦର୍ଶାଇ ସେ ସମ୍ପର୍କିତ କାଗଜପତ୍ର ଦାଖଲ କଲେ ବିବାହ ହୋଇପାରିବ ବୋଲି କଟକ ସଵରେଜିଷ୍ଟ୍ରାର କହିଛନ୍ତି। ସେପ୍ଟେମ୍ବର ୨୧ ତାରିଖରେ କଟକ ସଵରେଜିଷ୍ଟ୍ରାର ତଥା ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ବିବାହ ପାଇଁ ବିଜୟ ଶଙ୍କର ଓ ପ୍ରତ୍ୟୁଷା ନନ୍ଦ ଆବେଦନ କରିଥିଲେ । ଏହାପରେ ବିଜୟ ଶଙ୍କର ଓ ପ୍ରତ୍ୟୁଷାଙ୍କ ବିବାହକୁ ବିରୋଧ କରିଥିଲେ ସୋମାଲିକା।

ad-week
Leave A Reply

Your email address will not be published.