ଆସନ୍ତାକାଲି ହେବାକୁ ଥିବା ‘ଇଣ୍ଡିଆ’ ବୈଠକ ସ୍ଥଗିତ…

add-all

ଆସନ୍ତାକାଲି ମେଣ୍ଟ ଦଳଗୁଡିକୁ ନେଇ ବସିଥାଆନ୍ତା ‘ଇଣ୍ଡିଆ’ ବୈଠକ। ହେଲେ କିଛି ଘଣ୍ଟା ପୂର୍ବରୁ ବୈଠକ ବସିବ ନାହିଁ ବୋଲି ସୂଚନା ଆସୁଛି। ମେଣ୍ଟ ଦଳର ବହୁ ବରିଷ୍ଠ ନେତା ଯୋଗଦେବେନି ବୋଲି ମନା କରିବାରୁ ବୈଠକକୁ ସ୍ଥଗିତ ରଖାଯାଇଛି।

ଖବର ଅନୁସାରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବ ‘ଇଣ୍ଡିଆ’ ଆଲାଏନ୍ସ ବୈଠକରେ ଯୋଗ ଦେଇପାରିବେନି ବୋଲି କହିଥିଲେ। ଏହା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅନୁପସ୍ଥିତ ରହିବା ନେଇ ଆଲାଏନ୍ସ ମୁଖ୍ୟଙ୍କୁ ଅବଗତ କରାଇଥିଲେ।

ଏହି ନେତାମାନେ ନିଜେ ଅନୁପସ୍ଥିତ ରହିଲେ ମଧ୍ୟ ବୈଠକକୁ ସେମାନଙ୍କର ପ୍ରତିନିଧୀଙ୍କୁ ପଠାଇବେ ବୋଲି କହିଥିଲେ। କିନ୍ତୁ ଏଥିରେ ବୈଠକ ସଫଳ ହୋଇପାରିବ ନାହିଁ ବୋଲି ହୃଦୟଙ୍ଗମ କରିଛନ୍ତି ଆଲାଏନ୍ସର ଟପ୍ ଲିଡର୍। ଫଳରେ ବୈଠକକୁ ସ୍ଥଗିତ ରଖିଛନ୍ତି। କିନ୍ତୁ ପରବର୍ତ୍ତୀ ବୈଠକ କେବେ ବସିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିପାରି ନାହିଁ। 

ପ୍ରକାଶ ଥାଉ କି, ‘ଇଣ୍ଡିଆ’ ଆଲାଏନ୍ସ ଗଠନ ପରଠୁ ବିରୋଧୀ ମେଣ୍ଟ ଦଳକୁ ନେଇ ତିନି ଥର ବୈଠକ ବସି ସାରିଲାଣି। ନିକଟରେ ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଡିସେମ୍ବର 6ରେ ମେଣ୍ଟ ବୈଠକ ଡକା ଯାଇଥିଲା। ଦିଲ୍ଲୀରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ଥିଲା। 

ad-week
Leave A Reply

Your email address will not be published.