ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରୀପ ନବୀକରଣ ପାଇଁ ୬୫ କୋଟି ମଂଜୁର

add-all

ଭୁବନେଶ୍ବର : ବଲାଙ୍ଗିର ତୁଷୁରା ଏୟାରଷ୍ଟ୍ରୀପର ହେବ ନବୀକରଣ। ଏହି ଏୟାରଷ୍ଟ୍ରୀପର ଆଧୁନିକୀକରଣ ଯୋଜନାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ସହିତ ତୁଷୁରା ଏୟାରଷ୍ଟ୍ରୀପର ନବୀକରଣ ପାଇଁ ୬୫ କୋଟି ଟଙ୍କା ମଧ୍ୟ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତ ଅଗଷ୍ଟ ୫ ଏବଂ ୬ ରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ବଲାଙ୍ଗିର ଗସ୍ତ ସମୟରେ ସ୍ଥାନୀୟ ଲୋକ ତୁଷୁରା ଏୟାରଷ୍ଟ୍ରୀପରର ଉନ୍ନିତିକରଣ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଦେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଏୟାରଷ୍ଟ୍ରୀପର ଆଧୁନିକୀକରଣ ଯୋଜନାକୁ ଅନୁମୋଦନ କରିଛନ୍ତି।

ad-week
Leave A Reply

Your email address will not be published.