ହିଞ୍ଜିଳିକାଟୁରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର…

add-all

ହିଞ୍ଜିଳିକାଟୁ ୫/୧୨: ହିଞ୍ଜିଳିକାଟୁ ପଞ୍ଚାୟତ ସମିତି ପରିସରଠାରେ ମଙ୍ଗଳବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ସରସ୍ବତୀ ସେଠି, ବିଡିଓ ସୁବ୍ରତ କୁମାର ଜେନା, ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ହିଞ୍ଜିଳିକାଟୁ ବ୍ଲକ୍ ଉପାଧ୍ୟକ୍ଷ ସୁନିଲ କୁମାର ଗନ୍ତାୟତ, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ହିଞ୍ଜିଳିକାଟୁ ବ୍ଳକ ଓ ପୌରପରିଷଦ ରୁ ଶତାଧିକ ଭିନ୍ନକ୍ଷମ ଶିଶୁ, ପୁରୁଷ, ମହିଳାମାନେ ଆସି ନାମ ପଞ୍ଜୀକରଣ କରିଥିଲେ। ଜିଲା ମୁଖ୍ୟ ଡାକ୍ତରଖାନାରୁ ଆସିଥିବା ବିଶେଷଜ୍ଞ ଡାକ୍ତରଙ୍କଠାରୁ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାସହ ଅନଲାଇନରେ ନାମ ପଞ୍ଜୀକରଣ କରି ପ୍ରମାଣପତ୍ର ଓ ଚିକିତ୍ସା ପାଇଁ ଆବେଦନ କରିଥିଲେ। ଏହି ଶିବିରରେ ମୋଟ ୩୬୫ ଜଣ ଭିନ୍ନକ୍ଷମ ପଞ୍ଜୀକରଣ କରିଥିବା ବେଳେ ୫୪୬ ଜଣଙ୍କୁ ସୁବିଧା ପ୍ରଦାନ କରାଯାଇଥିଲା।ଭିନ୍ନକ୍ଷମ ପ୍ରମାଣପତ୍ର, ସହ ୧୮୧ ଜଣଙ୍କୁ ଵସ ପାସ୍,୧୮୧ ଜଣଙ୍କୁ ରେଲ ପାସ,୧୨ ଜଣଙ୍କୁ ହ୍ବିଲ ଚେୟାର, ୩୫ ଜଣଙ୍କୁ ଟ୍ରାଇସାଇକେଲ ଓ ୨୭ ଜଣଙ୍କଠାରୁ ପେନସନ ପାଇଁ ଆବେଦନ ଫର୍ମ ଗ୍ରହଣ କରାଯାଇଥିବା ଵେଳେ ୪୨ ଜଣ ରୁଣ ପାଇଁ ଆବେଦନ କରିଛନ୍ତି । ଏହି ଶିବିରରେ ହିଞ୍ଜିଳିକାଟୁ ବ୍ଲକ୍ ର ସମସ୍ତ କର୍ମଚାରୀ ଙ୍କ ସହ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.