ଫାଶୀ ଲଗାଇ ଆତ୍ମହତ୍ୟା କଲେ ଜନୈକ ବ୍ୟକ୍ତି…

add-all

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କଚାରୁ ସାଧୁ ବସ୍ତି ଅଞ୍ଚଳର ଜୈନେକ ବ୍ୟକ୍ତି ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ! ସୂଚନା ଅନୁଯାୟୀ ସାଧୁ ବସ୍ତିର ସୋମରା ଭୋକ୍ତା (୪୬) ବର୍ଷ ନିଜ ଶୋଇବା ଘରେ ଥିବା କାଠ ସଙ୍ଗାରେ ପଲାଷ୍ଟିକ୍ ରଶି ଦ୍ଵାରା ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ! ପରିବାର ଲୋକଙ୍କ କହିବା ଅନୁଯାୟୀ ସବୁ ଦିନ ସମରା ପ୍ରଚୁର ମଦ୍ୟପାନ କରି ନିଜ ଶୋଇବା ଘର କବାଟ ବନ୍ଦ କରି ଶୋଇଥାଏ ! ସକାଳ ଦୀର୍ଘ ସମୟ ଧରି କବାଟ ନ ଖୋଲିବାରୁ ପରିବାର ଲୋକ ବିଚଳିତ ହୋଇ ଥିଲେ ! ଘର ଲୋକେ ସମରା କବାଟ ଖୋଲୁନାହିଁ ବୋଲି କବାଟ ବାଡେଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିବାରୁ ଶୋଇଥିବା ଘରର ବାରି ପଟୁ ଯାଇ ଝରକା ରୁ ଦେଖିଲା ବେଳକୁ ସମରା ଭିତରୁ କବାଟ ବନ୍ଦ କରି ବେକରେ ଫାସି ଲଗାଇ ଝୁଲୁଥିବା ଦେଖିବାକୁ ପାଇ ଥିଲେ ! ଏହା ଦେଖିବା ପରେ ପରିବାର ଲୋକେ ସଙ୍ଗେ ସଙ୍ଗେ କୁଆଁରମୁଣ୍ଡା ଫାଣ୍ଡିକୁ ସୂଚନା ଦେଇଥିଲେ !କୁଆଁରମୁଣ୍ଡା ଫାଣ୍ଡି ଏ ଏସ ଆଇ ଶ୍ରୀନିବାସ ଦାସ ଘଟଣାସ୍ଥଳ ରେ ପହଞ୍ଚି ଶବ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି !

ad-week
Leave A Reply

Your email address will not be published.