ଲଘୁଚାପ ପବନ ବର୍ଷାରେ ଉଡ଼ିଗଲା ଘରର ଆଜବେଷ୍ଟ,ସରକାରୀ ସହାୟତା ଅପେକ୍ଷାରେ ବିଧବା ମହିଳା…

add-all

ଉମରକୋଟ (୬/୧୨/୨୦୨୩ ) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକରେ ଗତ ମଙ୍ଗଳବାର ଦିନ ବିଭିନ୍ନ ସ୍ଥାନରେ ବର୍ଷା ସହ ପ୍ରବଳ ପବନ ହୋଇଥିଲା।ଫଳରେ ଝରିଗାଁ ବ୍ଳକର ଚାଟିଗୁଡା ପଞ୍ଚାୟତ ଅନ୍ତର୍ଗତ ପରିଆ ଗ୍ରାମର ଜଣେ ବିଧବା ମହିଳାଙ୍କ ଘରର ଆଜବେଷ୍ଟର ପବନରେ ଉଡ଼ିଯାଇଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ ପରିଆ ଗ୍ରାମର ବିଧବା ମହିଳା ଲକ୍ଷ୍ମୀ ହରିଜନ ଏବଂ ପରିବାରର ଲୋକ ମାନେ କୁଲି କାମ କରି ଅତି କଷ୍ଟରେ ପରିବାର ପ୍ରତିପୋଷଣ କରନ୍ତି।ଗୋଟିଏ ଓଳି ଖାଇଲେ ଆଉ ଗୋଟିଏ ଓଳି ଠିକଣା ରୁହେ ନାହିଁ, ଏହି ପରି ଅବସ୍ଥାରେ ବହୁ କଷ୍ଟରେ ନ ଖାଇ ନ ପିଇ କିଛି କିଛି ଟଙ୍କା ସଞ୍ଚୟ କରି ଗତ ବର୍ଷ କଞ୍ଚା ଇଟାରେ ମାଟି ଦେଇ ଆଜବେଷ୍ଟର ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିକ ନିର୍ମାଣ କରିଥିଲେ । ତେବେ ଗତ ମଙ୍ଗଳବାର ଦିନ ଅଦିନିଆ ବର୍ଷା ସହ ପ୍ରବଳ ପବନ ହଠାତ ହେବା ଯୋଗୁଁ ଘରର ଗୋଟିଏ ପାଖରେ ଲାଗିଥିବା ପ୍ରାୟ ୧୦ ଟି ଆଜବେଷ୍ଟର ଉଡ଼ି ଯାଇଥିଲା ।ଆଜବେଷ୍ଟର ଉଡ଼ିଯିବା ଯୋଗୁଁ ପରିବାରର ସମସ୍ତ ଲୋକ ମାନେ ମନ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ବର୍ତ୍ତମାନ କୌଣସି ଉପାୟ ନପାଇ ପରିବାର ଲୋକ, ପାଖରେ ଥିବା ଜଣେ ନିଜ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଉଥିବା ସୂଚନା ମିଲିଛି । ପ୍ରଶାସନ ପକ୍ଷରୁ ଏହି ବିଧବାଙ୍କୁ ପ୍ରତି ଦୟା ପରବେଶ ହୋଇ ତୁରନ୍ତ ବିଧବା ମହିଳା ଲକ୍ଷ୍ମୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଏଠାରେ ପ୍ରକାଶ ଥାଉ କି ଯେ, ଲକ୍ଷ୍ମୀ ହରିଜନଙ୍କ ସ୍ଵାମୀ ଦିର୍ଘ ବର୍ଷ ତଳେ ଅସୁସ୍ଥତା କାରଣରୁ ମୃତ୍ୟୁ ବରନ କରି ସାରିଛି ।ତେବେ ଏଯାବତ ଲକ୍ଷ୍ମୀଙ୍କୁ ପ୍ରଶାସନ ପକ୍ଷରୁ ବିଧବା ଭତ୍ତା ଖଣ୍ଡେ ବି ପ୍ରଦାନ କରାଯାଇନାହିଁ, ବାରଂବାର ପଞ୍ଚାୟତରୁ ଆରମ୍ଭ କରି ବିଡ଼ିଓ ଅଫିସ ଯାଇ ଗୁହାରି କରି କିଛି ସୁଫଳ ନ ପାଇଁ ନିରସ ହୋଇ ଯାଇଛି l ସେହିପରି ଲକ୍ଷ୍ମୀଙ୍କ ପରିବାରର ଲୋକ ମାନେ କୁଲି କାମ କରୁଥିବା ବେଳେ ମଝିଆ ଝିଅ ଦାଦନ ଖଟିବାକୁ ବାହାର ରାଜ୍ୟରେ କାମ କରିବା ପାଇଁ ଯାଇଥିବା ଲକ୍ଷ୍ମୀ ପ୍ରକାଶ କରିଛି । ଏହି ଭଳି ଅସହାୟ ପରିବାରକୁ ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ତ ସୁବିଧା ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳ ବାସି ଦାବି କରିଛନ୍ତି ଳ

ad-week
Leave A Reply

Your email address will not be published.