ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇରେ ସାଂସ୍କୃତିକ ଓ ସମାଵର୍ତ୍ତନ ଉତ୍ସଵ

add-all

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ସରକାରୀ ଆଇଟିଆଇରେ ସାଂସ୍କୃତିକ ଓ ସମାଵର୍ତ୍ତନ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଇଟିଆଇ ଅଧ୍ୟକ୍ଷ ଇଂ.ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଉପ ବାଚସ୍ପତି ଶ୍ରୀ ସାଲୁଗା ପ୍ରଧାନ, ମୁଖ୍ୟ ବକ୍ତା ଭାବେ ବିଡିଓ ଗଦାଧର ପାତ୍ର, ସମ୍ମାନିତ ଅତିଥି ଭାବେ ତହସିଲଦାର ଶରତ ଶବର, ସରପଞ୍ଚ ଚନ୍ଦ୍ରିକା ମଲିକ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।ଏହାପରେ ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଓ ବିଭିନ୍ନ ଟ୍ରେଡରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହିତ ପଦକ ପ୍ରଦାନ କରି ସମ୍ମାନିତ କରିଥିଲେ । କାର୍ଯ୍ୟକ୍ରମକୁ ଭୁପେନ ପରାସେଟ ସଂଯୋଜନା କରିଥିଲା ବେଳେ ସେଲି ଡାକୁଆ ସହଯୋଗ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଥିଲେ। ବରିଷ୍ଟ ନାଗରିକ ସଂଗଠନ ସଂପାଦକ ପତିତପାବନ ରାଉତ ଧନ୍ୟବାଦ ଦେଇଥିଲେ ।

ad-week
Leave A Reply

Your email address will not be published.