ରାଜନଗରରେ ଆମ୍ବେଦକରଙ୍କ ୬୭ତମ ତିରୋଧାନ ଦିବସ ପାଳିତ

add-all

ରାଜନଗର : କେନ୍ଦ୍ରପଡା ଜିଲ୍ଲା ରାଜନଗର ବ୍ଲକ ସଦର ମହକୁମାର ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବଗାନ୍ଧୀ ଭବନରେ ରାଜନଗର ବ୍ଲକର ଆମ୍ବେଦକର ଲୋହିଆ ବିଚାରମଞ୍ଚର ସଭାପତି ଶ୍ରୀମତୀ ସୀତା ସେଠୀ ଓ ଜିଲ୍ଲାସମ୍ପାଦିକା ପ୍ରମିଳା ସେଠିଙ୍କ ସଂଯୋଜନାରେ ଡ. ଭିମରାଓ ରାମଜୀ ଆମ୍ଵେଦକରଙ୍କ 67ତମ ତିରୋଧାନ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଵିଡିଓ ଶ୍ରୀ ନିଶାନ ମିଶ୍ର ଯୋଗଦେଇ ଥିବା ଵେଳେ ଆମ୍ବେଦକର ଲୋହିଆ ଵିଚାର ମଞ୍ଚର ଵିଭିନ୍ନ ଵ୍ଲକର ନେତୃବୃନ୍ଦ ସମ୍ମାନିତ ଅତିଥି ଦାଶରଥି ମଲ୍ଲିକ, ବାରେଣୀ ସେଠି, ଆଇଜୀବୀ ପ୍ରଦୀପ କୁମାର ଦାଶ, ବିଷ୍ଣୁ ଚରଣ ମଲ୍ଲିକ, ଵାବନ ଚରଣ ଜେନା, ପିତାମ୍ଵର ମଳିକ, ଅଲେଖ ମଳିକ,ପ୍ରମୁଖ ଆମ୍ଵେଦକରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ରାଜୀବଗାନ୍ଧୀ ଭଵନରେ ସାଙ୍ଗଠନିକ ଆଲୋଚନା ମାଧ୍ୟମରେ ଆମ୍ଵେଦକରଙ୍କ ଜୀବନୀ ଶୈଳୀ ଓ ସମାଜର କଲ୍ୟାଣ ମୂଳକ ରଚିତ ଉପରେ ବକ୍ତାମାନେ ମତଵ୍ୟକ୍ତ କରିଥିଲେ। ପ୍ରମିଳା ସେଠି ଧନ୍ୟବାଦ ଅର୍ପଣ କରିଥିବା ଵେଳେ ସୀତା ସେଠି ଆୟୋଜନ କରିଥିଲେ।

ad-week
Leave A Reply

Your email address will not be published.