ହିଞ୍ଜିଳି ଥାନାର ୨ ଜଣଙ୍କୁ ଉତ୍ତମ ହୋମଗାର୍ଡ ପଦକ ଓ ପ୍ରଶଂସାପତ୍ର ପ୍ରଦାନ…

add-all

ହିଞ୍ଜିଳିକାଟୁ : ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ ହିଞ୍ଜିଳି ଥାନା ର ଦୁଇ ହୋମଗାର୍ଡ ଉତ୍ତମ ହୋମଗାର୍ଡ ପଦକ ପାଇଛନ୍ତି।ବୁଧବାର ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ହୋମଗାର୍ଡ ଦିନରେ ଏକ ଉତ୍ପବ ଆୟୋଜନ କରି ବିଭିନ୍ନ ଥାନାର ହୋମଗାର୍ଡ ପଦକ ପ୍ରଦାନ କରିଛନ୍ତି।ଏହି ପ୍ରରିପ୍ରେକ୍ଷିରେ ହିଞ୍ଜିଳି ଥାନା ଅଧିକାରୀ ଶ୍ରୀନିବାସ ସେଠି ଙ୍କ ଅନୁମୋଦନ କ୍ରମେ ହିଞ୍ଜିଳି ଥାନା ର ଦୁଇ ହୋମଗାର୍ଡ ଉମାଚରଣ ସାହୁ ଓ ରୋହିତ କୁମାର ସ୍ବାଇଁ ଙ୍କୁ ବ୍ରହ୍ମପୁର ଠାରେ ଉତ୍ତମ ହୋମଗାର୍ଡ ପଦକ ଓ ପ୍ରଶଂସାପତ୍ର ପ୍ରଦାନ କରିଛନ୍ତି।


ଏହି ପଦକ ପ୍ରଦାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁର୍ଘଟଣାର ସଫଳ ମୁକାବିଲା ଏବଂ ବିଭିନ୍ନ ପ୍ରକାରର ବିପର୍ଯ୍ୟୟର ଉଦ୍ଧାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା କର୍ମଚାରୀ ମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ପ୍ରଶଂସିତ କରିବା। ପଦକ ପାଇଥିବା ଦୁଇ ହୋମଗାର୍ଡ ଙ୍କୁ ହିଞ୍ଜିଳି ଥାନା ଓ ଅଞ୍ଚଳରୁ ଶୁଭେଚ୍ଛା ର ସୁଅ ଛୁଟିଛି ।

ad-week
Leave A Reply

Your email address will not be published.