ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଜନଶତାବ୍ଦୀ ଏକ୍ସପ୍ରେସ୍…

add-all

8-10

କଟକ: ଆଜି ସକାଳେ କଟକ ରେଳ ଷ୍ଟେସନରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଟ୍ରେନରେ ନିଆଁ ଓ ଧୂଆଁ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରୁ ହାୱଡ଼ା ଯାଉଥିବା ଜନଶତାବ୍ଦୀ ଟ୍ରେନରେ ହଠାତ୍ ପ୍ରବଳ ଧୂଆଁ ବାହାରିଥିଲା। କଟକ ଷ୍ଟେସନରେ ଛିଡ଼ା ହୋଇଥିବାବେଳେ ଟ୍ରେନ୍ ବଗ ତଳୁ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା। ତେବେ ଏତେ ମାତ୍ରାରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ। ଆରପିଏଫ୍ ଓ ଅଗ୍ନିଶମ ବାହିନୀର ତତ୍ପରତା ପାଇଁ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା।
ତୁରନ୍ତ ଆରପିଏଫ୍ ଯବାନ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଧୂଆଁ ବାହାରିବାର କାରଣ ଖୋଜିବା ସହ ନିଆଁ ଓ ଧୂଆଁକୁ ଆୟତ୍ତ କରିଥିଲେ। ବ୍ରେକ୍ ବାଇଡିଂ ଯୋଗୁଁ ଡି-ନାଇନ୍ ବଗି ତଳୁ ଧୂଆଁ ବାହାରିଥିବା ଜଣାପଡ଼ିଥିଲା।

ad-week
Leave A Reply

Your email address will not be published.