ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ; ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ହେବ ଯଜ୍ଞସ୍ଥଳ

add-all

puri-1

ପୁରୀ : ଶ୍ରୀମନ୍ଦିର ଉତ୍ତର-ପୂର୍ବ ଐଶାନ୍ୟ କୋଣରେ ହେବ ୪୦ ଫୁଟିଆ ଯଜ୍ଞସ୍ଥଳ। ଏହାଛଡ଼ା ବଡ଼ ଆଖଡା ମଠର ଉତ୍ତର ପଛପଟେ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କ ବସିବା ପାଇଁ ସେଡ୍‌ ବ୍ୟବସ୍ଥା ହେବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଆଜି ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।
ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟାନ୍ୟ ଅତିଥି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଉତ୍ତର ଦ୍ଵାରଠାରୁ ଦୋଳବେଦୀ ନିକଟସ୍ଥ ପ୍ରକଳ୍ପ ସ୍ଥାନ ପର୍ଯ୍ୟନ୍ତ ଆୟୋଜିତ ହେବ କାର୍ଯ୍ୟକ୍ରମ। ସେଥିପାଇଁ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଯାଇଛି।
ବୈଠକ ପରେ ପୁରୀ ଜିଲ୍ଲାପାଳ, ଅତିରିକ୍ତ ଏସପି, ଓବିସିସି ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀଙ୍କ ସହ ସେବାୟତମାନେ ଯୋଗଦେଇଥିଲେ। ପରେ ସମସ୍ତେ ପରିକ୍ରମା ପ୍ରକଳ୍ପର ଉତ୍ତର ପୂର୍ବ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଉତ୍ତର ପୂର୍ବ ଐଶାନ୍ୟ କୋଣରେ ହେବ ୪୦ ଫୁଟିଆ ଯଜ୍ଞସ୍ଥଳ, ବଡ଼ ଆଖଡା ମଠର ଉତ୍ତର ପଛପଟେ ମୁଖ୍ୟମନ୍ତ୍ରୀ ଓ ବିଶିଷ୍ଟ ଅତିଥିଙ୍କ ପାଇଁ ହେବ ସେଡ୍‌ ବ୍ୟବସ୍ଥା। ଉତ୍ତର ଦ୍ଵାର ପଟୁ ଯଜ୍ଞ ସ୍ଥଳର ପୂର୍ବକୁ ମୁହଁ କରି ବସିବେ ଚତୁର୍ଦ୍ଧାମୂର୍ତ୍ତି।
ଉତ୍ସବରେ ଯୋଗଦେବା ପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯିବ। ଚାରିଧମରୁ ସାଧୁସନ୍ଥମାନେ ଆସିବେ। ସେମାନେ ଉତ୍ତର ଓ ଦକ୍ଷିଣ ଦିଗକୁ ମୁହଁ କରି ବସିବେ। ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ହେଉଛନ୍ତି ଆମ ଧର୍ମ ଗୁରୁ। ତେଣୁ ତାଙ୍କୁ ନିମନ୍ତ୍ରିତ କରାଯିବ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବାସସ୍ଥାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରିତ କରାଯିବା ପାଇଁ ସ୍ଥିରୀକୃତ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ad-week
Leave A Reply

Your email address will not be published.