ଗିରିସୋଲା ରିଜନାଲ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ନୂଆ-ଓ କାର୍ଯ୍ୟକ୍ରମର ଉଦ୍ଘାଟନ

add-all

ଚିକିଟୀ : ରାଜ୍ୟ ସରକାର ଯୁବ ପ୍ରତିଭାଙ୍କ କ୍ରୀଡା,ସଂସ୍କୃତି ଏବଂ ସାମାଜିକ କାର୍ଯ୍ୟ ପ୍ରତି ଆଗ୍ରହ ବୃଦ୍ଧି କରି ଯୁବଗୋଷ୍ଠୀଙ୍କ ରାଜ୍ୟର ବିକାଶରେ ଅଂଶୀଦାର କରିବା ପାଇଁ ଆରମ୍ଭ କରିଛନ୍ତି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନୂଆ-ଓ । ବୁଧବାର ଗିରିସୋଲା ରିଜନାଲ ସାଇନ୍ସ ହାୟର ସେକେଣ୍ଡାରୀ ସ୍କୁଲରେ ନୂଆ-ଓ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଅଧ୍ୟକ୍ଷ ବିଶ୍ୱମନୁ ନାୟକଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବ ରେ ମୂଖ୍ୟ ଅତିଥି ଭାବେ ଚିକିଟୀ ବିଡ଼ିଓ ପ୍ରମୋଦ କୁମାର ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରି ସରକାରଙ୍କ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ବିଦ୍ୟାର୍ଥୀ ସାମିଲ ହୋଇ ଏହାକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଯୋଗଦେଇ ଚିକିଟୀ ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡା ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଯୁବକ ସମୟର ମହାନୀୟତା ଉପରେ ବୁଝାଇ କହିଥିଲେ। ଲକ୍ଷ୍ୟ ଓ ସ୍ୱପ୍ନ ଯୁବାବସ୍ଥାରେ ଦୁଇଟି ମୂଖ୍ୟ ଅସ୍ତ୍ର ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବରିଷ୍ଠ ରାଜନେତା ତଥା ସମାଜସେବୀ ସିଏଚ.ଡିଲେଶ୍ୱର ରେଡ୍ଡୀ ନବୀନ ସରକାରଙ୍କ ନୂଆ-ଓ ଯୋଜନାର ପ୍ରଶଂସା କରିଥିଲେ।ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ କାର୍ଯ୍ୟକ୍ରମର ନୋଡାଲ ଅଫିସର ଡ଼.ଦିଲ୍ଲୀପ କୁମାର ପାଢୀ ସମ୍ପୂର୍ଣ୍ଣ କ୍ରୀଡା,ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମ ନେଇ ବିସ୍ତୃତ ଭାବେ କହିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ରାଜଗୋପାଳ ପାଢ଼ୀ ପରିଚାଳନା କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ ଏବଂ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ କ୍ରୀଡା ମଶାଲ ଅଣାଯାଇ ମୁଖ୍ୟଅତିଥିଙ୍କୁ ହସ୍ତାନ୍ତର ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ ନେଇ ଘୋଷଣା କରିଥିଲେ।କାର୍ଯ୍ୟକ୍ରମରେ ଡ଼. ବିଭୁତି ଭୂଷଣ ଚୌଧୁରୀ,ଭବାନୀ ଶଙ୍କର ପଟ୍ଟନାୟକ,ପ୍ରଶାନ୍ତ କୁମାର କୁଣ୍ଡ,ବାଦଲ ଚନ୍ଦ୍ର ଦାସଙ୍କ ସହିତ ସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.