ଭୁଲରେ ମହିଳାଙ୍କ ମୁଣ୍ଡକୁ ଗୁଳି ମାରି ଦେଲେ ପୁଲିସ୍‌ ବାବୁ…

add-all

dfgq

ଉତ୍ତର ପ୍ରଦେଶର ଅଲିଗଡ଼ ସ୍ଥିତ ଗୋଟିଏ ପୁଲିସ୍‌ ଷ୍ଟେସନରେ ବଡ଼ ଅଘଟଣ ଘଟିଛି। ପାସପୋର୍ଟ ଭେରିଫିକେସନ ପାଇଁ ଯାଇଥିବା ମହିଳାଙ୍କ ମୁଣ୍ଡକୁ ଗୁଳି ମାରି ଦେଇଛନ୍ତି ପୁଲିସ୍‌ ବାବୁ। ସବ ଇନସପେକ୍ଟର ମନୋଜ ଶର୍ମା ନିଜ ସର୍ଭିସ ପିସ୍ତଲ ସଜାଡ଼ୁ ଥିବା ବେଳେ ଏଥରୁ ଗୁଳି ବାହାରି ସିଧା ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ବାଜିଛି। ପୂରା ଘଟଣା ଥାନାରେ ଲାଗିଥିବା ସିସିଟିଭିରେ ମଧ୍ୟ କଏଦ ହୋଇଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ଥାନାକୁ ଆସିବା ସହ ଟେବୁଲ ପାଖରେ ଛିଡ଼ା ହୋଇଛନ୍ତି। କିଛି ସେକେଣ୍ଡ ପରେ ଟେବୁଲର ଅପରପାର୍ଶ୍ୱରେ ଜଣେ ପୁଲିସ୍‌ କର୍ମଚାରୀ ସବ ଇନସପେକ୍ଟର ଶର୍ମାଙ୍କୁ ପିସ୍ତଲ ଦେଇଥିଲେ।

ସେ ପିସ୍ତଲକୁ ସଫା କରୁଥିବା ବେଳେ ଭୁଲ ବଶତଃ ଗୁଳି ଫୁଟି ଯାଇଥିଲା। ଗୁଳିଟି ସିଧା ଆସି ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ମୁଣ୍ଡରେ ବାଜିଥିଲା। ସେ ତଳେ ପଡ଼ି ଯାଇଥିଲେ। ତୁରନ୍ତ ତାଙ୍କୁ ଜେଏନ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲେ ହେଁ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.