ବ୍ୟାଙ୍କ ଠକେଇ ମାମଲାରେ ସେଣ୍ଟ୍ରାଲ ବ୍ୟାଙ୍କର ୨ ପୂର୍ବତନ ଅଧିକାରୀଙ୍କୁ ଗିରଫ କଲା EOW…

add-all

eow

ଭୁବନେଶ୍ବର: ୩ କୋଟି ୩୩ଲକ୍ଷ ଟଙ୍କାରେ ବ୍ୟାଙ୍କ ଠକେଇ ମାମଲାରେ ଦୁଇ ଗିରଫ। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଦୁଇ ପୂର୍ବତନ କର୍ମଚାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନେତିକ ଅପରାଧ ଶାଖା। ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର କଟକ ଭଦ୍ରେଶ୍ବର ଶାଖାର ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଡମ୍ବରୁଧର ନାୟକ ଓ ପୂର୍ବତନ ଏଗ୍ରିକଲଚର ଅଫିସର ଦେବୀଦତ୍ତ ପାଣିଗ୍ରାହୀଙ୍କୁ ଗିରଫ କରିଛି ଇଓଡବ୍ ଲ୍ୟୁ।

ଏମାନଙ୍କୁ କେନ୍ଦୁଝର ଓ ଭୁବନେଶ୍ବରରୁ ଗିରଫ କରାଯାଇଛି। ୩ କୋଟି ୩୩ଲକ୍ଷ ୫୨ ହଜାର ୬୦୨କୋଟି ଟଙ୍କାର ଠକେଇ ଅଭିଯୋଗ ନେଇ ବ୍ୟାଙ୍କର ଭୁବନେଶ୍ବର ଆଞ୍ଚଳିକ ମୁଖ୍ୟ ଇଓବଡ୍ ଲ୍ୟୁର ଦ୍ବାରସ୍ଥ ହୋଇଥିଲେ। ୨୦୧୫ରୁ ୨୦୧୮ ମଧ୍ୟରେ ଏହି ଠକେଇ ହୋଇଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛି ଇଓଡବଲ୍ୟୁ। ସେଣ୍ଟ୍ରାଲ କିସାନ କ୍ରେଡିଟ କାର୍ଡ ଏବଂ ଟର୍ମ ଲୋନ ଆକାଉଣ୍ଟ ଜରିଆରେ ସରକାରୀ ସବସିଡି ଟଙ୍କାକୁ ଆତ୍ମସାତ କରିଥିଲେ । ଏମାନଙ୍କ ପାଖରୁ ବିଭିନ୍ନ ପ୍ରକାର କାଗଜ ପତ୍ର ଜବତ ହୋଇଛି।

ad-week
Leave A Reply

Your email address will not be published.