୨୦୧୮ରୁ ଏଯାଏଁ ବିଦେଶରେ ୪୦୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ: କାନାଡ଼ାରେ ସର୍ବାଧିକ…

add-all

dead

ନୂଆଦିଲ୍ଲୀ: ୨୦୧୮ ମସିହାରୁ ବର୍ତ୍ତମାନ ସୁଦ୍ଧା ୪୦୩ ଜଣ ଭାରତୀୟ ଛାତ୍ର ବିଦେଶରେ ମୃତ୍ୟୁବରଣ କରିଛନ୍ତି। ବିଦେଶରେ ମୃତ୍ୟୁବରଣ କରିଥିବା ଉକ୍ତ ଛାତ୍ରଙ୍କ ମଧ୍ୟ‌ରୁ କାନାଡ଼ାରେ ସର୍ବାଧିକ ୯୧ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ୍ ଲିଖିତ ଉତ୍ତରରେ କହିଛନ୍ତି ବିଭିନ୍ନ କାରଣରୁ ଏହି ମୃତ୍ୟୁ ହୋଇଛି। ସେଥିରେ ପ୍ରାକୃତିକ ମୃତ୍ୟୁଠାରୁ ଆରମ୍ଭ କରି ଦୁର୍ଘଟଣା ଏବଂ ‌ଅସୁସ୍ଥତା ଆଦି କାରଣ ରହିଛି।
କେନ୍ଦ୍ରମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ, କାନାଡ଼ା ପଛକୁ ବ୍ରିଟେନରେ ୪୮ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି। ଏହାପଛକୁ ଯୁକ୍ତରାଷ୍ଟ୍ର ଆମେରିକାରେ ୩୬ ଜଣ, ଅଷ୍ଟ୍ରେଲିଆରେ ୩୫ ଜଣ, ୟୁକ୍ରେନରେ ୨୧ ଜଣ, ଜର୍ମାନୀରେ ୨୦ ଜଣ, ସାଇପ୍ରସରେ ୧୪ ଜଣ ଏବଂ ଇଟାଲୀ ଓ ଫିଲିପାଇନ୍ସରେ ୧୦ ଜଣ ଲେଖାଏଁ ଛାତ୍ରଙ୍କର ମୃତ୍ୟୁ ହୋଇଛି। ତେବେ ବିଦେଶରେ ରହୁଥିବା ଭାରତୀୟ ଛାତ୍ରମାନଙ୍କର ସୁରକ୍ଷା ଭାରତ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଛନ୍ତି। ଶିକ୍ଷାନୁଷ୍ଠାନ ଗୁଡ଼ିକ ସହିତ ଦୂତାବାସ ଗୁଡ଼ିକ ନିରନ୍ତର ଯୋଗାଯୋଗରେ ରହି ଛାତ୍ରମାନଙ୍କର ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥାନ୍ତି। ବିଦେଶରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଥିବା ସଂପର୍କରେ ବିଦେଶ ବ୍ୟାପାର ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ କହିଛନ୍ତି ବିଦେଶରେ ପଢ଼ୁଥିବା ଭାରତୀୟ ଛାତ୍ରଙ୍କର ସଂଖ୍ୟା ବୃଦ୍ଧି ଏହାର ଏକ କାରଣ।

ad-week
Leave A Reply

Your email address will not be published.