ସୁପ୍ରିମକୋର୍ଟଙ୍କ ଟିପ୍ପଣୀ: ବିଚାର ପୂର୍ବରୁ ଲୋକଙ୍କୁ ବହୁଦିନ ଜେଲ୍‌ରେ ରଖିପାରିବ ନାହିଁ…

add-all

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ବିଶ୍ବର ଏକ ପ୍ରମୁଖ ମଦ କମ୍ପାନିର ସହାୟକ ସଂସ୍ଥା ପର୍‌ନଡ୍‌ ରିକାର୍ଡ ଇଣ୍ଡିଆର ଆଞ୍ଚଳିକ ସାଧାରଣ ପରିଚାଳକ ବିନୟ ବାବୁଙ୍କୁ ଜାମିନ ପ୍ରଦାନ କରିବା ସମୟରେ କହିଛନ୍ତି, ବିଚାରଣ ପୂର୍ବରୁ ତୁମେ ଦୀର୍ଘ ସମୟ ଧରି ଲୋକଙ୍କୁ ଜେଲ୍‌ରେ ରଖି ପାରିବ ନାହିଁ। ଏହା ଠିକ୍‌ ନୁହେଁ। ଏଥିସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ସିବିଆଇ ଓ ଇଡି ଯେଉଁ ଅଭିଯୋଗ ଆଣୁଛନ୍ତି ସେଥିରେ ବିରୋଧାଭାଷ ରହିଥିବା ଜଣାଯାଉଛି ବୋଲି ବିଚାରପତି ସଂଜୀବ ଖାନ୍ନା କହିଛନ୍ତି। ଉକ୍ତ ଖଣ୍ଡପୀଠର ଅନ୍ୟତମ ବିଚାରପତି ଏସ୍‌ଭିଏନ୍‌ ଭଟ୍ଟ ଶ୍ରୀ ବାବୁଙ୍କୁ ଜାମିନ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ।
ସେ ୧୩ ମାସ ଜେଲ୍‌ରେ ରହି ସାରିଲେଣି ବୋଲି କହିବା ସହିତ ଜାମିନ ପ୍ରଦାନ କରିଥିଲେ।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏକାଧିକ ବ୍ୟକ୍ତି ଗିରଫ ହୋଇଛନ୍ତି। ଏହି ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଓ ଆପ୍‌ ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। ଉକ୍ତ ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଗତବର୍ଷ ଫେବ୍ରୁଆରିରୁ ସାଂସଦ ସଂଜୟ ସିଂହ ଗତ ଅକ୍ଟୋବରରୁ ଜେଲ୍‌ରେ ଅଛନ୍ତି। ଗତ ଅକ୍ଟୋବର ୩୦ରେ ସୁପ୍ରିମକୋର୍ଟ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ପାଇକାରୀ ମଦ ବ୍ୟବସାୟୀଙ୍କୁ ୩୩୮ କୋଟି ଟଙ୍କାର ଅପ୍ରତ୍ୟାଶିତ ଲାଭ ପହଞ୍ଚାଇଥିବାର ପ୍ରମାଣ ରହିଥିବା କୁହାଯାଇଛି। ସିସୋଦିଆ ଗତ ସପ୍ତାହରେ ଉକ୍ତ ରାୟର ସମୀକ୍ଷା ପାଇଁ ଆବେଦନ କରିଛନ୍ତି।

ad-week
Leave A Reply

Your email address will not be published.