ଚାଲିଛି ଟଙ୍କା ଗଣତି ; ବ୍ୟାଙ୍କକୁ ଆସୁଛି ନୁଆଁ ବାକ୍ସ, ଟଙ୍କା ଗଣନା ମେସିନ…

04

ଟିଟିଲାଗଡ଼ : ଟିଟିଲାଗଡ଼ ଠାରେ ଗତ ଚାରି ଦିନ ହେଲା ରିତେଶ ସାହୁଙ୍କ ଦେଶୀ ମଦଭାଟିରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଦ୍ଵିତୀୟ ଶନିବାର ଅବସରରେ ବ୍ୟାଙ୍କର ଛୁଟି ଦିବସ ଥିବା ବେଳେ ଟିଟିଲାଗଡ଼ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ଖୋଲା ରହିଛି। ମଦଭାଟିରୁ ଜବତ ଟଙ୍କା ଗଣିବା ପାଇଁ ପୁଣି ନୁଆଁ ମେସିନ ଆସିଛି । ବ୍ୟାଙ୍କରେ ଜବତ ଟଙ୍କା ରଖିବାକୁ ବାକ୍ସର ଅଭାବ ପଡ଼ିଥିବା ବେଳେ ୩୨ଟି ନୁଆଁ ବାକ୍ସ କିଣା ହୋଇ ବ୍ୟାଙ୍କକୁ ଆସିଛି ।
ହେଲେ ଏନେଇ ଚଢ଼ାଉ ଜାରି ରଖିଥିବା ଆୟକର ଅଧିକାରୀ କିମ୍ବା ବ୍ୟାଙ୍କ ଅଧିକାରୀ କୌଣସି ଉତ୍ତର ଦେଇ ନାହାନ୍ତି। ତେବେ ବଲାଙ୍ଗୀର ସହରରେ ସବୁଠାରୁ ଅଧିକ ଟଙ୍କା ଜବତ ହୋଇଥିବା ଭାଟି ମାଲିକ ରାଜେଶ ସାହୁଙ୍କ ନାତି ରିତେଶ ଟିଟିଲାଗଡ଼ ସ୍ଥିତ ଦେଶୀ ମଦଭାଟିର ମାଲିକ ବୋଲି ଜଣାପଡିଛି। ଦୀର୍ଘ ଚାରିଦିନ ଧରି ଆୟକର ବିଭାଗର ଚଢ଼ାଉ ଜାରି ରହିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ad-week
Leave A Reply

Your email address will not be published.