ଡ୍ରୋନ ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଅନୁଧ୍ୟାନ କଲେ ଜାତିସଂଘ ଅଧିକାରୀ…

add-all

drone-700x430

ଫୁଲବାଣୀ: ଦେଶର ପ୍ରଥମ ଜିଲା ହିସାବରେ କନ୍ଧମାଳ ଜିଲାରେ ଲାଗୁ କରାଯାଇଛି ଡ୍ରୋନ ମାଧ୍ୟମରେ ସ୍ବାସ୍ଥ୍ୟ ସେବା ଯୋଜନା। ଜିଲାର ବିଭିନ୍ନ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଅତ୍ୟାଧୁନିକ ଡ୍ରୋନ ଦ୍ବାରା ଜରୁରୀ କାଳୀନ ସେବା ଯୋଗାଇ ଦିଆଯାଉଛି। ଷ୍ଟାର୍ଟ ଅପ କମ୍ପାନୀ ରେଡ ୱିଙ୍ଗଦ୍ବାରା ପ୍ରସ୍ତୁତ ଏହି ଅତ୍ୟାଧୁନିକ ତଥା ବାତାନୁକୂଳିତ ଡ୍ରୋନ ଘଣ୍ଟାକୁ ପ୍ରାୟ ୧୦୦ କିମି ଗତିରେ ଉଡି ପାରୁଥିବା ବେଳେ ଏହା ମାଧ୍ୟମରେ ଦୁର୍ଗମ ଅଞ୍ଚଳଗୁଡ଼ିକୁ ଜରୁରୀକାଳୀନ ଔଷଧ ଓ ଭ୍ୟାକ୍ସିନ ଇତ୍ୟାଦି ଖୁବ କମ ସମୟରେ ପହଞ୍ଚାଇ ଦିଆଯାଇପାରୁଛି। ଗତ ପ୍ରାୟ ୬ ମାସ ଧରି ଜିଲାର ବାଲିଗୁଡା, କୋଟଗଡ, ତୁମୁଡିବନ୍ଧ ବ୍ଲକରେ ଏହି ସେବା ସଫଳତାର ସହ କାର୍ଯ୍ୟକାରୀ ହେଉଛି।
ଏହି ନୂତନ ପ୍ରୟୋଗର ବିଭିନ୍ନ ଦିଗ ଉପରେ ଗୁରୁବାର ଜାତିସଂଘର ପ୍ରକଳ୍ପ ସେବା କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ମାନେ ଅନୁଧ୍ୟାନ କରିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ଡ୍ରୋନ ସେବାର ନିୟନ୍ତ୍ରଣ କେନ୍ଦ୍ରକୁ ଯାଇ ଅଧିକାରୀ ମାନେ ଏ ସମ୍ପର୍କରେ ଆଲୋଚନା କରିବା ସହ ଏହାର କାର୍ଯ୍ୟକାରୀତା ଅନୁଧ୍ୟାନ କରିଥିଲେ।
ବରିଷ୍ଠ ବୈଷୟିକ ପରାମର୍ଶ ଦାତା ଜ୍ୟୋତି ଶଙ୍କର ଚୌଧୁରୀ ଓ ବରିଷ୍ଠ ଅଧିକାରୀ ନୀଳକଣ୍ଠ ଭୋଇଙ୍କ ନେତୃତ୍ୱରେ ଆସିଥିବା ଏହି ଟିମରେ ପ୍ରକଳ୍ପ ପରିଚାଳକ ପ୍ରଦୀପ କୁମାର ପତି, ଆଶୀଷ ଦତ୍ତାନୀ, ଫ୍ଲାଇଟ ଅପରେଟର ଆର୍ୟମାନ ସେନ, ପ୍ରବୀର ବଂଶଲ, ଜନସ୍ବାସ୍ଥ୍ୟ ସଂଯୋଜଖ ସୁଶ୍ରୀ ନୀଳାକ୍ଷୀ ପ୍ରମୂଖ ସାମିଲ ଥିଲେ। ଫ୍ଲାଇଟ ଅପରେଟର ଦେବାଶୀଷ, ଶୁଭାଶିଷ, ମିଲନ ଓ ସୁଶାନ୍ତ ଡ୍ରୋନ ଚାଳନା ପ୍ରଦର୍ଶନ କରିଥିଲେ। ପରେ ବରିଷ୍ଠ ଅଧିକାରୀ ମାନେ ଜିଲ୍ଲାପାଳ ଆଶୀଷ ଈଶ୍ୱର ପାଟିଲଙ୍କ ସମେତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ଅଧୀକ୍ଷକ,ଜାତୀୟ ସ୍ବାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ମନୋରଞ୍ଜନ ସାହୁଙ୍କ ସହିତ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଆଲୋଚନା କରିଥିଲେ।

ad-week
Leave A Reply

Your email address will not be published.