ମିଳିଲା ‘ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେସନ୍‌’ରେ ୮ ମାସ ହେବ ହଜି ଯାଇଥିବା ଟମାଟୋ

add-all

Iss-1024x576

ନୂଆଦିଲ୍ଲୀ: ମହାକାଶରେ ଘୂରୁଥିବା ‘ଆନ୍ତର୍ଜାତିକ ସ୍ପେସ୍‌ ଷ୍ଟେସନ୍‌’ରେ ଦୀର୍ଘ ୮ ମାସ ହେବ ହଜିଯାଇଥିବା ଗୋଟାଏ ‘ଟମାଟୋ’ ବା ବିଲାତି ବାଇଗଣ ମିଳିଥିବା କଥା ବିଭିନ୍ନ ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
ଡିସେମ୍ବର ୭ ତାରିଖ ବୁଧବାର ଦିନ ଏହି ଘୂର୍ଣ୍ଣିୟମାନ ମହାକାଶ କେନ୍ଦ୍ରର ୨୫ତମ ବାର୍ଷିକୀ ଅବସରରେ ସେଠାକୁ ଯାଇ ଫେରିଥିବା ୭୦ଜଣ ମହାକାଶଚାରୀ ‘ଲାଇଭ୍‌ ଷ୍ଟ୍ରିମ୍‌’ ଲାଗି ଏକତ୍ର ହୋଇଥିବା ବେଳେ ଏକଥା କହିଛନ୍ତି।
୨୦୨୩ ମାର୍ଚ ମାସରେ ଅମଳ କରାଯିବା ବେଳେ ଏହି କ୍ଷୁଦ୍ର ଟମାଟୋକୁ ‘ନାସା’ ମହାକାଶଚାରୀ ଫ୍ରାଙ୍କ୍‌ ରୁବିଓ ହଜାଇ ଦେଇଥିଲେ। କିନ୍ତୁ, ସେ ଏହି ଟମାଟୋକୁ ଖାଇ ଦେଇଥାଇ ପାରନ୍ତି ବୋଲି ‌ସନ୍ଦେହ ହୋଇଥିଲା।
ମହାକାଶଚାରୀ ଜାସମିନ୍‌ ମୋଗ୍‌ବେଲି କହିଛନ୍ତି, ଘରକୁ ବାହୁଡୁଥିବା ଆମର ପ୍ରିୟ ବନ୍ଧୁ ରୁବିଓ ଏହି ଟମାଟୋକୁ ଖାଇ ଦେଇଛନ୍ତି ବୋଲି ଅପବାଦ ପାଉଥିଲେ। କିନ୍ତୁ, ଆମେ ତାଙ୍କୁ ସେ ଅପବାଦରୁ ମୁକ୍ତ କରୁଛୁ। ଆମେ ସେ ଟମାଟୋ ପାଇଛୁ।
କିନ୍ତୁ, ସେ ଟ‌ମାଟୋ ମହାକାଶ କେନ୍ଦ୍ରର କେଉଁ ସ୍ଥାନରୁ ମିଳିଲା, ତାହା କୁହାଯାଇ ନାହିଁ।
ମାର୍ଚ ୨୯ ତାରିଖ ଦିନ ପୃଥିବୀ ବାହାରେ ଏହି ୧ ଇଞ୍ଚ୍‌ବିଶିଷ୍ଟ ଏହି ‘ଲାଲ୍‌ ରବିନ୍‌’ ବାମନ ଟମାଟୋ ଅମଳ କରାଯାଇଥିଲା। କିନ୍ତୁ, ରୁବିଓ ସେଇଟିକୁ ମହାକାଶ କେନ୍ଦ୍ରର ଉଦ୍ଭିଦ ଚାଷ କ୍ଷେତ୍ର ‘ଭେଜି’ରେ ହଜାଇ ଦେଇଥିଲେ। ସେ କ୍ଷେତ୍ରରେ ‘ନାସା’ ଉଦ୍ଭିଦ ଉପରେ ‘ମାଇକ୍ରୋଗ୍ରାଭିଟି’ର ପ୍ରଭାବ ଉପରେ ଅଧ୍ୟୟନ କରୁଛି।
କବକ ବା ‘ଫଙ୍ଗସ୍‌’ ସଂକ୍ରମଣର ସମ୍ଭାବନା ଥିବାରୁ ଏହାକୁ ଖାଇବା ଲାଗି ‘ନାସା’ ସ୍ପଷ୍ଟ ଭାବେ ନିର୍ଦେଶ ଦେଇଥିଲେ ବି ରୁବି‌ଓ ସେ ଟ‌ମାଟୋକୁ ଖାଇ ଦେଇଛନ୍ତି ବୋଲି ମହାକାଶଚାରୀମାନେ ଥଟ୍ଟା ପରିହାସରେ କହୁଥିଲେ।

ad-week
Leave A Reply

Your email address will not be published.