କାମ ଚାଲିଥିବା ବେଳେ ଭୁଶୁଡିଲା ବ୍ରିଜର ପାଚେରୀ

add-all

bridge-4

ବାଲେଶ୍ବର : ଭୁଶୁଡିଲା କେନାଲ ଉପର ନିର୍ମାଣାଧୀନ ବ୍ରିଜର ପାଚେରୀ। ବାଲେଶ୍ବର ଜିଲ୍ଲା ଔପଦା ବ୍ଲକର ସାଳନ୍ଦୀ କେନାଲର ଉପରେ ନିର୍ମାଣାଧୀନ ବ୍ରିଜର କଟ ଅଫ ୱାଲ ଗତକାଲି ରାତିରେ ଭୁଶୁଡ଼ି ପଡ଼ିଛି। ସନ୍ତରାଗାଡ଼ିଆ ଠାରୁ ନୀଳଗିରି ଦେଇ ସାଳନ୍ଦୀ କେନାଲର ଅସ୍ତିଆ ଛକ ନିକଟରେ ଭୁଶୁଡ଼ିଛି ପାଚେରୀ।

ଏଠାରେ ଏକ ବ୍ରିଜ ପାଇଁ ଦୁଇଟି କଟ ଅଫ ୱାଲ୍ ଓ ଚାରିଟି ପିଲାର କେନାଲ ମଧ୍ୟରେ ନିର୍ମାଣଧିନ ଅବସ୍ଥାରେ ରହିଛି। ଗତ କାଲି ବିଳମ୍ବିତ ରାତିରେ ପଶ୍ଚିମ ପାଖ କଟଅଫ ୱାଲ ଭୁଶୁଡି ପଡିଛି। ଅତ୍ୟନ୍ତ ନିମ୍ନମାନର କାର୍ଯ୍ଯରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଭବିଷ୍ୟତରେ ଯେପରି ଏଭଳି ପରିସ୍ଥିତି ନଘଟିବ ସେଥିପାଇଁ ଦୃଢ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ad-week
Leave A Reply

Your email address will not be published.