ଭୁବନେଶ୍ୱରରେ ବାଗେଶ୍ବର ବାବା, ପୁରୀ ଅଭିମୁଖେ କରିବେ ଯାତ୍ରା…

add-all

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲେ ବାଗେଶ୍ୱର ଧାମ ସରକାର। ଆଜି ଅପରାହ୍ନରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ଭାରତ ତଥା ବିଶ୍ୱରେ ପ୍ରଭୁ ହନୁମାନଙ୍କ ଦିବ୍ୟତାର କଥା ପାଇଁ ପ୍ରସିଦ୍ଧ ଥିବା ବାଗେଶ୍ୱର ଧାମ ସରକାର ଧୀରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ। ଓଡିଶାରେ ପହଞ୍ଚିବା ପରେ ସିଏ ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ବିମାନବନ୍ଦର ବାହାରେ ଥିବା ଭକ୍ତମାନଙ୍କ ସହ ଦେଖା କରିବା ସହିତ ଜୟ ସୀତାରାମ ବୋଲି କହିଥିଲେ ବାଗେଶ୍ୱର ବାବା ।

ଏହା ମଧ୍ୟ କହିଥିଲେ ଯେ ଓଡ଼ିଶାର ଲୋକେ ବହୁତ ଭାଗ୍ୟଶାଳୀ ଓ ଧାର୍ମିକ। ଜଗନ୍ନାଥ ଥିବା ଯାଏ ଓଡ଼ିଶା, ଭାରତ ଏବଂ ଦୁନିଆରେ କେହି ଅନାଥ ନୁହନ୍ତି। ଭଗବାନ ଜଗନ୍ନାଥ ସମସ୍ତଙ୍କର ରକ୍ଷାକର୍ତ୍ତା ସୁରକ୍ଷାଦାତା । ପୂର୍ବରୁ ଛଅ ସାତ ବର୍ଷ ତଳେ ସେ ଓଡ଼ିଶା ଆସିଥିବା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରିଥିବା କହିଥିଲେ। ଏବେ ପୁଣି ମହାବାହୁ ତାଙ୍କୁ ଡାକରା ଦେଇଥିବାରୁ ସେ ଓଡ଼ିଶା ଆସିଥିବା କହିଛନ୍ତି।

ad-week
Leave A Reply

Your email address will not be published.