ଝିଅକୁ ମାରିବା ପରେ ନିଜେ ଆତ୍ମହତ୍ୟା କଲେ ବାପା-ମା’…

add-all

ଗୋଟିଏ ପରିବାରର ୩ ଜଣଙ୍କ ଆତ୍ମହତ୍ୟା। କେରଳ ଦମ୍ପତି ନିଜ ଝିଅ ସହ କର୍ଣ୍ଣାଟକାରେ ଜୀବନ ହାରିଛନ୍ତି। କୋଡାଗୁ ଜିଲ୍ଲା କାଗୋଡଲୁ ଗାଁର ରିସୋର୍ଟରେ ଦମ୍ପତି ପ୍ରଥମେ ନିଜର ୧୧ ବର୍ଷୀୟ ଝିଅକୁ ହତ୍ୟା କରିଥିଲେ। ଏହାପରେ ସେମାନେ ମଧ୍ୟ ଆତ୍ମହତ୍ୟା କରିଛନ୍ତି।

ବିନୋଦ ବାବୁସେନାନ(୪୩) କେରଳ ଅନ୍ତର୍ଗତ କୋଲ୍ଲାମର ମୂଳବାସିନ୍ଦା। ତାଙ୍କ ପତ୍ନୀ ହେଲେ ୩୮ ବର୍ଷୀୟ ଜିବି ଅବ୍ରାହମ ଓ ଝିଅ ଜାନେ ମାରିଆ ଜ୍ୟାକବଙ୍କ ବୟସ ୧୧ ବର୍ଷ। ୩ ଜଣଙ୍କ ମୃତଦେହ କର୍ଣ୍ଣାଟକାର କୋଡାଗୁରେ ଥିବା ଗୋଟିଏ ରୁମ ଭିତରୁ ମିଳିଛି।

ପୁଲିସ୍‌ ଘର ଭିତରୁ ଜବତ କରିଥିବା ସୁଇସାଇଡ ନୋଟରେ ବିନୋଦଙ୍କ ପରିବାର ଆର୍ଥିକ ଅନଟନ ମଧ୍ୟରେ ଗତି କରୁଥିଲା ଓ ଏଥିପାଇଁ ସେ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି।

ଶୁକ୍ରବାର ବିନୋଦ ତାଙ୍କ ପତ୍ନୀ ଓ ପିଲାଙ୍କୁ ନେଇ ଗୋଟିଏ ଏସ୍‌ୟୁଭିରେ ରିସର୍ଟକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ୬ ବେଳେ ସେମାନେ ଚେକ ଇନ କରିଥିଲେ। କିଛି ସମୟର ବିଶ୍ରାମ ପରେ ପତି-ପତ୍ନୀ ରିସର୍ଟର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ। କିନ୍ତୁ ସେମାନେ ଜୀବନ ହାରିଥିବା କେହି ବି ଭାବି ନଥିଲେ।

ରିସର୍ଟ ମ୍ୟାନେଜର ଆନନ୍ଦଙ୍କ ବୟାନ ଆଧାରରେ ପୁଲିସ୍‌ କହିଛି ଯେ ରିସର୍ଟକୁ ଦମ୍ପତି ଓ ତାଙ୍କ ଝିଅ ବେଶ ଖୁସି ମିଜାରରେ ଆସିଥିଲେ। ସେମାନେ ସ୍ଥାନୀୟ ଦୋକାନକୁ ଯିବା ସହ ଡିନର ବେଳକୁ ଫେରି ଆସିଥିଲେ। ଶନିବାର ଦିନ ୧୦ଟାରେ ସେମାନେ ରୁମ ଛାଡ଼ିବାର ଥିଲା। କିନ୍ତୁ ସେମାନେ ରୁମ ନ ଖୋଲିବାରୁ ସମସ୍ତ ଚକିତ ହୋଇଥିଲେ।

ପ୍ରଥମେ ଦିନ ୧୦ଟାରେ ରିସର୍ଟ କର୍ମଚାରୀ କବାଟ ବାଡ଼େଇ ନିରାଶ ହୋଇଥିଲେ। ଏହାର ୩୦ ମିନିଟ ପରେ ସେମାନେ ପୁଣି କବାଟ ବାଡ଼େଇ ଥିଲେ। କିନ୍ତୁ କେହି ବି ଜବାବ ଦେଇ ନଥିଲେ। ଦିନ ପ୍ରାୟ ୧୧ଟା ବେଳେ କିଛି କର୍ମଚାରୀ ଝରକା ବାଟେ ଦମ୍ପତିଙ୍କର କ’ଣ ହୋଇଛି ବୋଲି ଜାଣିବାକୁ ଚାହିଁଥିଲେ। ସେମାନେ ଝରକା ପାଙ୍କରେ ଭିତରକୁ ଚାହିଁଲା ବେଳକୁ ଦମ୍ପତି ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ।

ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରକୁ ପଶିଥିଲା। ହେଲେ ସେତେବେଳକୁ ପରିବାରର ୩ ସଦସ୍ୟ ପ୍ରାଣ ହରାଇ ସାରିଥିଲେ। ପୁଲିସ ଏବେ ମାମଲା ରୁଜୁ କରିବା ସହ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଛି।

ad-week
Leave A Reply

Your email address will not be published.