ମହିଳା ନିର୍ଯାତନାରେ ବିଜେପି ଶାସିତ ରାଜ୍ୟ ଆଗରେ: ବିଜେଡି

add-all

IMG-20231210-WA0001-750x430

ଭୁବନେଶ୍ୱର: ମହିଳା ନିର୍ଯାତନା ନେଇ କେନ୍ଦ୍ରମନ୍ତ୍ରୀ ରଖିଥିବା ମନ୍ତବ୍ଯର ଜାବାବ ଦେଲା ବିଜେଡି। ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଲେ ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି। ଅର୍ଦ୍ଧସତ୍ୟ କହି ଓଡ଼ିଶାକୁ ଅପମାନିତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ। ମହିଳା ନିର୍ଯାତନାରେ ବିଜେପି ଶାସିତ ରାଜ୍ୟ ଆଗରେ ବୋଲି କହିଛନ୍ତି ଲେନିନ । ହତାଶ ବିଜେପି କର୍ମୀଙ୍କ ମନୋବଳ ବଢାଇବାକୁ କେନ୍ଦ୍ରମନ୍ତ୍ରୀ ଉଦ୍ୟମ କରୁଥିବା କହି କଟାକ୍ଷ କରିଛନ୍ତି ।

ଏନସିଆରବି ତଥ୍ୟ ସମସ୍ତଙ୍କ ପାଇଁ ଉପଲବ୍ଧ ଅଛି। ଅଭିଭାଷଣ ରଖିବା ପୂର୍ବରୁ ସମସ୍ତ ତଥ୍ୟ ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି । ରିପୋର୍ଟ ଅନୁସାରେ ଦେଶରେ ମହିଳାମାନଙ୍କ ବିରୋଧରେ ସବୁଠାରୁ ବେଶୀ ଅପରାଧ ଘଟୁଛି ଉତ୍ତରପ୍ରଦେଶରେ । ଏହା ପଛକୁ ରହିଛି ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଭଳି ରାଜ୍ୟ । କେନ୍ଦ୍ରମନ୍ତ୍ରୀଙ୍କ କହିବା ଅନୁସାରେ, ବିଜେପି ଶାସିତ ରାଜ୍ୟ ସରକାରଗୁଡିକ ଅପାରଗ କି? ଓଡିଶା ସରକାରଙ୍କ ଉପରେ ଅଯଥାରେ ଆଙ୍ଗୁଳି ଉଠାଇବା ଆଗରୁ ପ୍ରଥମେ ବିଜେପି ଶାସିତ ପ୍ରଦେଶଗୁଡିକରେ ସ୍ଥିତିି ଉପରେ ନଜର ପକାଇଥିଲେ ଭଲ ହୋଇଥାନ୍ତା ବୋଲି ସେ କହିଛନ୍ତି।

ad-week
Leave A Reply

Your email address will not be published.