ତେଲିଆ ମାଛର ଦାମ୍ ୨୦ଲକ୍ଷରୁ ଉର୍ଦ୍ଧ୍ବ

fish_1702271165-750x430

ପାରାଦୀପ : ପାରାଦୀପ ସମୁଦ୍ରରୁ ଧରା ହେଲା ବିରଳ ଦାମୀ ମାଛ। ଧରାଯାଇଥିବା ୧୭ଟି ମାଛକୁ ପ୍ରାୟ ୨୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ନିଲାମ କରାଯାଇଛି ।  ଯାହାର ଓଜନ ୩ କ୍ଵିଣ୍ଟାଲରୁ ଅଧିକ ରହିଛି। ସେହି ମାଛର ନାଁ ରହିଛି ତେଲିଆ ବୋରେଇ  ।ଏହି ମାଛମାନେ ଗଭୀର ସମୁଦ୍ରରୁ ମିଳିଥାଆନ୍ତି ବୋଲି ମତ୍ସ୍ୟଜୀବୀମାନେ କହିଛନ୍ତି। ତେବେ ପାର୍ବତୀ ନାମକ ଟ୍ରଲର ସମୁଦ୍ରରେ ମାଛ ଧରୁଥିବା ସମୟରେ ୧୭ଟି ତେଲିଆ ବୋରେଇ ମାଛ ପଡିଥିଲା।

ଟ୍ରଲର ଟି ତୁରନ୍ତ ମାଛଧରା ବନ୍ଦର କୁ ଆସିବା ପରେ ୧୭ଟି ମାଛକୁ ନିଲାମ କେନ୍ଦ୍ର ରେ ନିଲାମ କରାଯାଇଥିଲା। ତେବେ ଏହି ୧୭ ଟି ମାଛର ମୂଲ୍ୟ ୨୦ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାରେ ବ୍ୟବସାୟୀ ମାନେ କିଣି ନେଇଥିବା ଜଣାପଡିଛି। ଏହି ମାଛ ର ପୁଟି  ଔଷଧ ତିଆରି କାର୍ଯ୍ୟରେ ଲାଗୁଥିବା ରୁ ମାଛ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥାଏ।  ବିଦେଶରେ ଏହି ମାଛର ଚାହିଦା ଢେର ଅଧିକ  ।

ad-week
Leave A Reply

Your email address will not be published.