ଏବେ ବେନାମୀ ସଂପତ୍ତି ଓ ଆୟର ଉତ୍ସ ନେଇ ଖୋଳତାଡ଼…

add-all

money_1702279908

ଭୁବନେଶ୍ବର: ବଲାଙ୍ଗୀର, ଟିଟିଲାଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ ଏସବିଆଇରେ ଟଙ୍କା ଗଣତି ଶେଷ ହୋଇଛି। ଟଙ୍କା ଗଣିଗଣି ନାକେଦମ ହୋଇପଡ଼ିଛନ୍ତି ଏସବିଆଇ ଅଧିକାରୀ ଓ କର୍ମଚାରୀ। ୫ ଦିନ ଧରି ଚଢ଼ଉ ପରେ ଝାରଖଣ୍ଡ ରାଜ୍ୟସଭା ଏମପି ଧୀରଜ ସାହୁ ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରୁ ପ୍ରାୟ ୪୦୫ କୋଟିରୁ ଅଧିକ ଟଙ୍କା ଜବତ କରିଛି ଆୟକର ବିଭାଗ। ଏହା ସହ କୁହାଯାଉଛି ବିଭିନ୍ନ ସ୍ଥାନରେ ଚଢ଼ଉ ସମୟରେ ଆୟକର ବିଭାଗକୁ ବହୁ ସ୍ଥାବର ଅସ୍ଥାବର ସମ୍ପତ୍ତିର ମଧ୍ୟ ଟେର ଲାଗିଛି। ଯେମିତି ଗୋଟିଏ ଗୋଟିଏ ସ୍ଥାନରୁ ଚଢ଼ଉ ସମୟରେ ମଦ ମାଲିକ ମାନଙ୍କ ଅଫିସରୁ ବହୁ ବେନାମୀ ଜମିପଟ୍ଟା ଜବତ କରାଯାଇଛି। କୁହାଯାଉଛି ଏହି ମଦ ମାଲିକମାନେ ଟଙ୍କା ଲୁଚାଇବା ପାଇଁ ନିଜ ବିହାରୀ କର୍ମଚାରୀମାନଙ୍କ ନାଁରେ କୋଟି କୋଟି ଟଙ୍କାର ଜମି କିଣିଥାନ୍ତି ଏହାର ସବୁ ଏବେ ତଦନ୍ତ କରିବ ଆୟକର ବିଭାଗ ।

ଗଣତି ଶେଷ ହେବା ପରେ ଏହି ଟଙ୍କା କେଉଁ ଉତ୍ସରୁ ଆସିଲା, କାହାର ଏ ଟଙ୍କା କିଏ କେମିତି ଏହି କଳାଟଙ୍କା ଆୟ କଲ, ସେନେଇ ଖୋଳତାଡ଼ କରିବ ଆୟକର ବିଭାଗ। ଏହାପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

ad-week
Leave A Reply

Your email address will not be published.