
ଦାରିଙ୍ଗବାଡି,୧୦/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପ୍ଲିହେରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଜୁରୀପାଙ୍ଗା ଗ୍ରାମର ଜୟସେନ ମଲିକ(62ବର୍ଷ) ନାମକ ବୃଦ୍ଧ ଘର ପାଖରେ ଥିବା ଏକ ଗଛରେ ବେକରେ ରସି ଲଗେଇ ଆତ୍ମହତ୍ୟା କରିଥିବା ମୃତ ଜୟସେନଙ୍କ ସାନ ଭାଇ ଜୁଲିଆନ ମଲିକ ଥାନାରେ ଅଭିଯୋଗ ଦେଇଥିଲା । ଅଭିଯୋଗ ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ତତ୍ପାବଧାନରେ ସେକଣ୍ଡ ଅଫିସର ଏସ.ଆଇ ଜିତେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ୱରେ ଏ.ଏସ.ଆଇ ଅର୍ଜୁନ ଶବର ସହିତ ଅନ୍ୟ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରିଥିଲେ । ଥାନାରେ କେଶ ନଂ-୮/୨୦୨୩ରେ ମକଦମା ରୁଜୁକରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଦାରିଙ୍ଗବାଡ଼ି ପୋଲିସ ହସ୍ତାନ୍ତର କରିଥିବା ସୂଚନା ଦେଇଛନ୍ତି । ସୂଚନା ଗତକାଲି ମୃତ ଜୟସେନ ନିଜ ସ୍ତ୍ରୀଙ୍କୁ ଘରୋଇ କୋୖଣସି ଏକ ଘଟଣାରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ପରେ ଜୟସେନ ଉତକ୍ଷିପ୍ତ ହୋଇ ଧାରୁଆ ଅସ୍ତ୍ର ରେ ସ୍ତ୍ରୀଙ୍କୁ ଆକ୍ରମଣ କରି ଘରୁ ଫେରାର ଥିଲା । ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଦାରିଙ୍ଗବାଡ଼ି ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା ।ଆଜି ସକାଳେ ଜୟସେନଙ୍କ ମୃତ ଶରୀର ଘରପାଖ ଏକ ଗଛରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖି ସାନ ଭାଇ ଦାରିଙ୍ଗବାଡ଼ି ଥାନାକୁ ସୂଚନା ଦେଇଥିଲେ । ଆତ୍ମହତ୍ୟା କରିବାର କାରଣ ଅସ୍ପଷ୍ଟ ରହିଛି।।