ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କର୍ମୀ ବୈଠକ…

add-all

ଦାରିଙ୍ଗବାଡ଼ି, ୧୨/୧୨, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ଦଳର କର୍ମୀ ବୈଠକ ଡୁଲୁରି ସ୍ଥିତ ପାଇନ ବଣ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକ ଅଞ୍ଚଳର ୨୫ ଗୋଟି ଗ୍ରାମ ପଞ୍ଚାୟତ ଅଧିନସ୍ତ ବୟଜେଷ୍ଠ ଓ ଯୁବ କର୍ମୀ ସମୁହ ଉପସ୍ଥିତ ଥିଲେ। ଆଗାମୀ ନିର୍ବାଚନରେ କଂଗ୍ରେସ ଗଡ଼ କୁହାଯାଉଥିବା ଜି ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜୟୀ ହେବା ନେଇଁ ଆଲୋଚନା କରା ଯାଇଥିବା ଜଣା ପଡ଼ିଛି।ବୈଠକରେ ଜିଲା ମହିଳା କଂଗ୍ରେସ ସଭା ନେତ୍ରୀ ରୁଦା ମଲିକ, ରାଜ୍ୟ କାର୍ଯ୍ୟ କାରିଣୀ ସମ୍ପାଦିକା ବିଳାସିନୀ ନାୟକ,ବରିଷ୍ଠ ନେତା ଅମୀର ଚାନ୍ଦ ନାୟକ, ପୂର୍ବତନ ବିଧାୟିକା ଅଜୟନ୍ତୀ ପ୍ରଧାନ, ପୂର୍ବତନ ବିଧାୟକ ଜାକବ ପ୍ରଧାନ, ବ୍ଲକ ସଭାପତି ପ୍ରଦୀପ ନାୟକ, ସମ୍ପାଦକ ଶରତ ପ୍ରଧାନ, ଶରତ ବଳିୟାରସିଂ, ଶ୍ୟାମଘନ ପ୍ରଧାନ, ଭାସ୍କର ନାୟକ, ନାଗେଶ୍ୱର ପ୍ରଧାନ, ଜିଲାପରିସଦ ସଭ୍ୟା ଦୀପିକା ମୁଠମାଝୀ,ସନ ନାୟକ, ବିଜେଡି ଛାଡି କଂଗ୍ରେସରେ ମିସିଥିବା ପୂର୍ବତନ ବରିଷ୍ଠ ସମିତି ଅଧ୍ୟକ୍ଷ ଲୁକ ସୁନାମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.