ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ୨୦୨୩ ଅନୁଷ୍ଠିତ…

add-all


ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ମହିଁସାସୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୨୦୨୩ ମସିହାର ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସ୍ବୟଂସହାୟକ ଗୋଷ୍ଠୀମାନଙ୍କ ଜରୀଆରେ ବିଭିନ୍ନ ଗ୍ରାମାଞ୍ଚଳରୁ ଶରୀରର ବିଭିନ୍ନ ଅଙ୍ଗର ଭିନ୍ନକ୍ଷମ ଵ୍ୟକ୍ତିମାନେ ଯୋଗ ଦେଇଥିଲେ। ଜିଲ୍ଲା ସ୍ଵାସ୍ଥ୍ୟ ଚିକିତ୍ସା କେନ୍ଦ୍ରରୁ ଵିଭିନ୍ନ ଵିଭାଗର ଡାକ୍ତର ମାନେ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କର ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ଆବଶ୍ୟକ ଯନ୍ତ୍ରାଂଶ ସରକାର ଯୋଗାଇଦେଵେ ବୋଲି ପରାମର୍ଶ ଦେଇଥିଲେ। ଏଥିରେ ମୋଟ ୨୮୪ ଜଣ ଭିନ୍ନକ୍ଷମଙ୍କ ନାମ ରେଜିଷ୍ଟ୍ରେସନ କରାଯାଇଥିବା ଵେଳେ HI-36.MR-40.VI-38.OH-Md-31.CH-19.OH-111ଜଣଙ୍କର ଡାକ୍ତର ମାନେ ପରୀକ୍ଷା ନିରୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମ ସକାଳ 10.30ରେ ଆରମ୍ଭ ହୋଇ ଶେଷ ମୁହୂର୍ତ୍ତରେ ମଧ୍ୟାହ୍ନ 12.40ରେ ବିଧାୟକ ଶ୍ରୀଯୁକ୍ତ ଧୃଵ ସାହୁଙ୍କ ଦ୍ୱାରା ଭିମଭୋଇଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ଅନ୍ୟାନ୍ୟ ଅତିଥିମାନଙ୍କ ସମେତ ପ୍ରଦ୍ବୀପ ପ୍ରଜ୍ଜଳନ କରା ଯାଇ ମଞ୍ଚାସୀନ ହୋଇଥିଲେ। ଏହି ସାମର୍ଥ୍ୟ ଅଭିଯାନ କାର୍ଯ୍ୟକ୍ରମରେ ସରକାରୀ ଅଧିକାରୀ ଦ୍ବୟ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲୀ ପ୍ରୀୟ ଦର୍ଶନୀ ଓ ଵିଡିଓ ନିଶାନ ମିଶ୍ର ମଞ୍ଚାସୀନ ଥିବା ବେଳେ ଵିଧାୟକଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡିଆ, ଜିଲ୍ଲାପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରସାଦ ରାଉତ, ମହିଁସାସୁର ସରପଞ୍ଚ ଅଶୋକ କୁମାର ମହାନ୍ତି ପ୍ରମୁଖ ଅତିଥିଭାବେ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ଵେହେରା ସଂଯୋଜନା କରିଥିବା ବେଳେ ଶୀତଲ କୁମାର ଜେନା ପରିଚାଳନା କରିଥିଲେ।

ad-week
Leave A Reply

Your email address will not be published.