ପୁଣି ଖସିଲା ପାରଦ: ବଢ଼ିଲା ଶୀତ, ଜାଡ଼ରେ ଥରୁଛି ଘୁମୁସର ଉଦୟଗିରି

add-all

ଘୁ.ଉଦୟଗିରି: ଗତବର୍ଷ ଶୀତ ଋତୁରେ ଓଡ଼ିଶାର ସବୁଠାରୁ କମ ତାପମାତ୍ରା ଏବଂ ଥଣ୍ଡା ସହର ଭାବେ ବେଶ ପରିଚିତ ହୋଇଥିବା କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ସହର ଚଳିତ ବର୍ଷ ପୁଣି ସେଇ ଥଣ୍ଡା ପାଇଁ ଚର୍ଚ୍ଚାରେ ରହିଛି। ଲଗାତାର ତିନି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ପାରଦ ତଳମୁଁହା ହେବାରେ ଲାଗିଛି, ଯେଉଁ ଅନୁପାତରେ ପାରଦ ଖସୁଛି ସେଇ ଅନୁପାତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ହଠାତ ଏତେମାତ୍ରାରେ ଥଣ୍ଡା ପଡ଼ିବା ଯୋଗୁଁ ଅପ୍ରସ୍ତୁତ ସାଧାରଣ ଜନତା ହଡ଼ବଡ଼େଇ ଯାଇଛନ୍ତି। ପ୍ରତ୍ୟକ ବର୍ଷ ଧୀରେ ଧୀରେ ନଭେମ୍ବର ମାସରୁ ଥଣ୍ଡା ଅନୁଭୂତ ହେଇଥିବା ବେଳେ ଚଳିତ ବର୍ଷ ବିଳମ୍ବରେ ଥଣ୍ଡାର ଆଗମନ ପୁଣି ହଠାତ ତାପମାତ୍ରା କମିଯାଇ ପ୍ରବଳ ଥଣ୍ଡାର ପ୍ରକୋପ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ କରିପକାଉଛି।
ଥଣ୍ଡା ଯୋଗୁଁ ବିନା ଗରମ ପୋଷାକରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ନିଆଁ ଭରସାରେ ଗ୍ରାମୀଣ ଅଞ୍ଚଳର ଗରିବ ଅସହାୟ ପରିବାର। କୁହୁଡ଼ିର ଚାଦର ତଳେ ସାରା ଅଞ୍ଚଳ ସକାଳ ୮ଟା ପର୍ଯ୍ୟନ୍ତ ରହୁଥିବା ବେଳେ ବିଭିନ୍ନ ଖାଲି ପଡ଼ିଆରେ ଶିଶିର ବିନ୍ଦୁ ପଡ଼ିଥିବା ଦୃଶ୍ୟ। ଅନ୍ୟପକ୍ଷରେ ପ୍ରବଳ ଥଣ୍ଡା ପଡ଼ିବା ଯୋଗୁଁ ଘରେ ଘରେ ଥଣ୍ଡା କାଶ ଭଳି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଗାମୀ ଦିନରେ ପାରଦ ଆହୁରି ତଳମୁଁହା ହେବା ସହ ଆହୁରି ଅଧିକ ଥଣ୍ଡା ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି।

ad-week
Leave A Reply

Your email address will not be published.