ଗଣତନ୍ତ୍ର ଦିବସରେ ଯୋଗ ଦେଇନପାରନ୍ତି ଆମେରିକା ରାଷ୍ଟ୍ରପତି…

add-all

biden

ନୂଆଦିଲ୍ଲୀ: ଆସନ୍ତା ମାସ ଭାରତ ଆସିନପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗଣତନ୍ତ୍ର ଦିବସରେ ବାଇଡେନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥାନ୍ତେ। କିନ୍ତୁ ସେ ଭାରତ ଗସ୍ତ କରିନପାରନ୍ତି ବୋଲି ସୂଚନା ମିଳୁଛି।
ଏହା ପୂର୍ବରୁ ବାଇଡେନ 2024 ଗଣତନ୍ତ୍ର ଦିବସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ସେ ଆସନ୍ତା ମାସ ଭାରତ ଗସ୍ତ କରିବେନି ବୋଲି ଜଣାପଡୁଛି।
ସେପ୍ଟେମ୍ବରରେ, ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାର୍ସେଟୀ କହିଥିଲେ ଯେ, ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିମନ୍ତ୍ରଣ କରିଛନ୍ତି। କିନ୍ତୁ ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନଥିଲା। ବର୍ତ୍ତମାନ ବାଇଡେନ ଗଣତନ୍ତ୍ର ଦିବସରେ ଯୋଗ ଦେଇନପାରନ୍ତି ବୋଲି ଜଣାପଡୁଛି। ବିଭିନ୍ନ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଆସନ୍ତା ବର୍ଷ ଶେଷ ଭାଗରେ ଭାରତରେ କ୍ୱାଡ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।

ad-week
Leave A Reply

Your email address will not be published.