ମଣ୍ଡି ଚାଲ ଅଭିଯାନ କରିବ କିସାନ କଂଗ୍ରେସ: ଶରତ ପଟ୍ଟନାୟକ…

add-all

sarat

ଭୁବନେଶ୍ବର: କିସାନ କଂଗ୍ରେସ ମଣ୍ଡି ଚାଲ ଅଭିଯାନ କରିବ। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୧୩ରୁ ଜାନୁୟାରି ୧୩ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ମଣ୍ଡି ଚାଲ ଅଭିଯାନ ହେବ। ୧୭ ଦଫା ଦାବି ନେଇ କିସାନ୍ କଂଗ୍ରେସ ମଣ୍ଡିକୁ ଯିବ। ଧାନ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କାକୁ ବୃଦ୍ଧି ଓ ଏମ.ଏସ୍.ପି.କୁ ଆଇନଗତ ଗ୍ୟାରେଣ୍ଟି ଦାବି କରାଯିବ। ପ୍ରତି ଧାନ କୁଇଣ୍ଟାଲରେ ଚାଷୀଙ୍କୁ ୬୦୦ଟଙ୍କା ବୋନସ୍। କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ କରାଯାଉ।
ଲଘୁଚାପଜନିତ ବର୍ଷାଦ୍ଵାରା ରଙ୍ଗବିହୀନ ହୋଇଥିବା ସବୁଧାନକୁ କ୍ରୟ, ପ୍ରତି ମଣ୍ଡିରେ ସିସି କ୍ୟାମେରା ସଂଯୋଗ ଓ ଧାନ ଉଠାଇବା ବ୍ୟତୀତ ମିଲରକୁ ମଣ୍ଡି ନିଷେଧ କରିବାକୁ ଦାବି କରାଯିବ। ପ୍ରଚଳିତ କୃଷି ଇନପୁଟ୍ ସବସିଡ୍ର ଦେଢ଼ଗୁଣା ବୃଦ୍ଧି ଓ ରିଲିଫ୍ କୋର୍ଡର ସଂଶୋଧନ କରାଯାଉ। ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଏକର ପିଛା ୨୫ ହଜାର ଟଙ୍କା କ୍ଷତିପୂରଣ ସହାୟତା ଓ ଚାଷ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ ଓ ଭାଗଚାଷୀମାନଙ୍କ ପାଇଁ ସ୍ଵତନ୍ତ୍ର ସହାୟତା ଓ ଆଇନଗତ ମାନ୍ୟତା ଆଦି ସାମ୍ବାଦିକ ସମ୍ମିଳନୀ କରି ଦାବି କରିଛି କଂଗ୍ରେସ।

ad-week
Leave A Reply

Your email address will not be published.