ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚାରି ବର୍ଗର ଉତ୍ଥାନ ଫର୍ମୁଲା ଓଡ଼ିଶାରେ ଆପଣେଇବ ବିଜେପି: ଅପରାଜିତା ଷଡ଼ଙ୍ଗୀ

add-all

aparajita

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାରି ବର୍ଗର ଉତ୍ଥାନ ଫର୍ମୁଲା ଓଡ଼ିଶାରେ ବିଜେପି ଆପଣେଇବ। ମୋଦୀଙ୍କ ଗଭର୍ନାନ୍ସ ମଡେଲ ଓଡ଼ିଶାରେ ଆଣିବାକୁ ପଡ଼ିବ। ଏଭଳି କହିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ସେବା ସୁଶାସନ ଏବଂ ଗରିବ କଲ୍ୟାଣ ଏବଂ ଜନ ସମ୍ପର୍କ ହେଉଛି ଆମର ଯୋଜନା। ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ବିଜେପି କାର୍ଯ୍ୟକର୍ତ୍ତାମାନେ କାମ କରିଛନ୍ତି, ସେମିତି ଓଡିଶାରେ ବି କରନ୍ତୁ। ଘରକୁ ଘର ଯିବାର ଅଛି। ପଦଯାତ୍ରା କରିବାର ଅଛି ଏବଂ ଜନ ସମ୍ପର୍କ ସ୍ଥାପନ କରିବାର ଅଛି।

କେନ୍ଦ୍ର ସରକାର ଚାରିଟା ଜାତିର ଉନ୍ନତି ପାଇଁ କାମ କରୁଛି। ଗରିବ, ମହିଳା, ଚାଷୀ ଏବଂ ଯୁବ ବର୍ଗ ପାଇଁ ଦଳ ମତ ନିର୍ବିଶେଷରେ କାମ କରିବାର ଅଛି। ବିକାଶର କୌଣସି ଦଳ ନ ଥାଏ। ମୋଦୀଙ୍କ ଗଭାର୍ନାନ୍ସ ମଡେଲ ଓଡ଼ିଶାରେ ଆଣିବାକୁ ପଡ଼ିବ।

ad-week
Leave A Reply

Your email address will not be published.