ଡିସେମ୍ବର ୨୪ରେ ସମ୍ବଲପୁର ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

pm modi

ସମ୍ବଲପୁର: ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଆସୁଥିବା ଜଣାଯାଇଛି। ଏନେଇ ପିଏମଓରୁ କୌଣସି ସୂଚନା ଦିଆଯାଇ ନଥିଲେ ବି ବିଶ୍ବସ୍ତ ସୂତ୍ରରୁ ଏନେଇ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ଆଇଆଇଏମର ନୂତନ କ୍ୟାମ୍ପସ୍ ଉଦଘାଟନ କରିବା ସହ ଏକ ସାଧାରଣ ସଭାରେ ଯୋଗ ଦେବେ ବୋଲି ଜଣାଯାଇଛି।
ଡିସେମ୍ବର ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା ବେଳେ ପୂରା କାର୍ଯ୍ୟସୂଚୀ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ। ତେବେ ପଶ୍ଚିମ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆସୁଥିବା ନେଇ ସୂଚନା ମିଳିଛି। ଏନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସୂଚନା ଦେଇଛନ୍ତି। ମୋଦୀଙ୍କ ପରେ ଅନ୍ୟ କେନ୍ଦ୍ର ନେତୃତ୍ୱ ମଧ୍ୟ ଡିସେମ୍ବରରୁ ଜାନୁଆରୀ ଭିତରେ ଆସିପାରନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଯେ ପି ନଡ୍ଡା ମଧ୍ୟ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ଅଛି ବୋଲି ‌ସେ କହିଛନ୍ତି।
ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି। ପଶ୍ଚିମ ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆସୁଥିବା ଖବର ସାମ୍ନାକୁ ଆସିବା ପରେ ଏହାର ରାଜନୈତିକ ଗୁରୁତ୍ୱ ଯଥେଷ୍ଟ ଅଧିକ ବଢ଼ିଯାଇଛି। କାରଣ ପଶ୍ଚିମ ଓଡ଼ିଶା ବିଜେପିର ଗଡ଼ ଭାବେ ପରିଚିତ। ଗତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରୁ ଅଧିକ ସଂଖ୍ୟକ ବିଜେପି ସାଂସଦ ନିର୍ବାଚିତ ହୋଇଥିଲେ। ତେଣୁ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କ ପଶ୍ଚିମ ଓଡ଼ିଶା ଗସ୍ତକୁ ନେଇ ବିଜେପି ଶିବିର ବେଶ ଉତ୍ସାହିତ।

ad-week
Leave A Reply

Your email address will not be published.