ପାଞ୍ଚ ଦଫା ଦାବୀ ନେଇ ରାଜରାସ୍ତାକୁ ଓହ୍ଲାଇଲେ ରାଜନଗର ବ୍ଲକ ଗ୍ରାମୀଣ ଡାକସେବକ ମାନେ…

add-all


ରାଜନଗର : କେନ୍ଦ୍ରସରକାର ଗ୍ରାମୀଣ ଡାକସେବକ ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ଓ ବୈମାତୃକ ମନୋଭାବ ପୋଷଣ କରି ଚାଲିଛନ୍ତି। ଏହାକୁ ସହ୍ୟ ନକରି ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘ, ଜାତୀୟ ଗ୍ରାମୀଣ ଡାକସେବକ ସଂଘ ଓଡିଶା ସର୍କଲ ଭୂଵନେଶ୍ବରଙ୍କ ମହାସଙ୍ଗ୍ରାମ ଅଧିକାର ପାଇଁ ପାଞ୍ଚ ଦଫା ସମ୍ବଳିତ ଦାବୀରେ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ଧର୍ମଘଟ ପାଇଁ ଆହ୍ଵାନ ଦିଆଯାଇଛି। ଏହି ପରି ପ୍ରେକ୍ଷୀରେ କେନ୍ଦ୍ରାପଡା ଜିଲ୍ଲା ମଣ୍ଡଳ ଗ୍ରାମୀଣ ଡାକସେବକ ସଂଘ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜନଗର ବ୍ଲକ ଗ୍ରାମୀଣ ଡାକସେବକମାନେ ଆଜି ଠାରୁ ସେମାନଙ୍କର ଦାଵୀ ପୁରଣ ପର୍ଯ୍ୟନ୍ତ ସରକାରଙ୍କ ବିରୋଧରେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଲାଇ ଧର୍ମଘଟ ଚାଲୁ ରଖିଵେ ବୋଲି ଧର୍ମଘଟରେ ଭାଗନେଇଥିବା ଗ୍ରାମୀଣ ଡାକସେବକ ସର୍ଵଶ୍ରୀ ଶରତ କୁମାର ହାତି, ସଞ୍ଜୟ କୁମାର ହାତି, ଦୀନବନ୍ଧୁ ନାୟକ, ଶିବରାମ ମଳିକ, ଉତ୍ତମ କୁମାର ପ୍ରଧାନ, ଲକ୍ଷ୍ମୀ ପ୍ରୀୟା ରାଉଳ, ବାସୁଦେଵ ସ୍ବାଇଁ, ନରୋତମ ରାଉତ, ପ୍ରଶାନ୍ତ କୁମାର ନାୟକ, ଜୟରାମ ଦାସ, ଇତିଶ୍ରୀ ମହାରଣା ପ୍ରମୁଖ କହିଛନ୍ତି ଆମର ନ୍ୟାର୍ଯ୍ୟ ଦାବୀ ପାଇଁ ଲଢେଇ ଜାରି ରଖିଵୁ।

ad-week
Leave A Reply

Your email address will not be published.