ଜିନ୍ସ ଓ ଅନ୍ତଃବସ୍ତ୍ରରୁ ମିଳିଲା ଲକ୍ଷାଧିକ ଟଙ୍କାର ସୁନା…

add-all

Gold_1702466280

ସୁନା ଚୋରା ଚାଲାଣ କରୁଥିବା ବେଳେ ଏୟାରପୋର୍ଟରୁ ଧରାପଡ଼ିଛି ଜଣେ ଯୁବକ। କର୍ଣ୍ଣାଟକାର କୋଡାଗୁ ଅଞ୍ଚଳର ଏହି ଯୁବକ ଜଣଙ୍କ ଜିନ୍ସ ଓ ଅନ୍ତଃବସ୍ତ୍ରରେ ସୁନା (ଗୋଲ୍ଡ ପେଷ୍ଟ) ନେଇ ଯାଉଥିବା ବେଳେ ଧରାପଡ଼ିଛି। ଜବତ ସୁନାର ମୂଲ୍ୟ ୫୫ ଲକ୍ଷ ଟଙ୍କା ହେବ ବୋଲି କଷ୍ଟମ ବିଭାଗ କହିଛି।

ଯୁବକ ଜଣକ ଦୁବାଇରୁ କେମ୍ପେଗୌଡା ଅନ୍ତର୍ଜାତୀୟ ଏୟାରପୋର୍ଟରେ ଓହ୍ଲାଇଥିଲା। ତେବେ ସେ ସୁନା ଚୋରା ଚାଲାଣ କରୁଥିବା ପୂର୍ବରୁ ଗୁଇନ୍ଦା ବିଭାଗ ପାଖରେ ସୂଚନା ରହିଥିଲା। ଏହି ସୂଚନା ଆଧାରରେ ଯୁବକକୁ ଅଟକ ରଖାଯାଇଥିଲା। ଯାଞ୍ଚ ବେଳେ ଜିନ୍ସ ଓ ଅନ୍ତଃବସ୍ତ୍ରରୁ ସୁନା ପେଷ୍ଟ ମିଳିଛି।

ଜଣେ ଅଧିକାରୀ କହିଛନ୍ତି, ରବିବାର ଭୋର ସମୟରେ ସୁନା ଚୋରା ଚାଲାଣକୁ ପଣ୍ଡ କରାଯାଇଛି। ଦୁଇବାଇରୁ ଆସିଥିବା ଇଣ୍ଡିଗୋ ବିମାନ ୬ଇ ୧୪୮୬ରେ ଜଣେ ଯୁବକ ଏଠାକୁ ଆସିଥିଲା।

୨୪ ବର୍ଷୀୟ ଯୁବକଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ପ୍ରକାଶ ପାଇଥିଲା। ସେ ନିଜର ଜିନିଷପତ୍ର ନ ନେଇ ଏୟାରପୋର୍ଟରୁ ଚାଲି ଯିବାକୁ ବସିଥିଲା। କିନ୍ତୁ ତାକୁ ଅଧିକାରୀମାନେ ଧରିଥିଲେ। ଯାଞ୍ଚ ବେଳେ ସେ ବେଶ ଚତ୍ମକାର ଢଙ୍ଗରେ ପିନ୍ଧିଥିବା ଜିନ୍ସର ଅଣ୍ଟା ନିକଟରେ ସୁନା ପେଷ୍ଟକୁ ଲୁଚାଇ ରଖିଥିବା ଜଣାପଡ଼ିଥିଲା। ଅଧିକ ଖୋଳତାଡ଼ କରିବାରୁ ତା’ ଅନ୍ତଃବସ୍ତ୍ରରୁ ମଧ୍ୟ ଆଉ କିଛି ଗୋଲ୍ଡ ପେଷ୍ଟ ପାଉଚ ମିଳିଥିଲା।

ତା” ପାଖରୁ ମୋଟ ୯୦୭ ଗ୍ରାମ ଗୋଲ୍ଡ ପେଷ୍ଟ ମିଳିଛି। ଏହାର ଦାମ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ। ଏବେ ଯୁବକଙ୍କୁ ଗିରଫ କରାଯାଇ ଘଟଣାର ଅଧିକ ତଦନ୍ତ କରାଯାଉଥିବା ଅଧିକାରୀ ଜଣଙ୍କ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.