୧୫ ଡିଗ୍ରୀ ତଳେ ୨୬ ସହରର ତାପମାତ୍ରା…

add-all

cold-wave

ଭୁବନେଶ୍ୱର : ଖସୁଛି ପାରଦ, ବଢ଼ୁଛି ଜାଡ। କମୁଛି ରାତି ତାପମାତ୍ରା । ୧୫ ଡିଗ୍ରୀ ତଳେ ୨୬ ସହରର ତାପମାତ୍ରା। ୯.୬ ଡିଗ୍ରୀ ସହ କେନ୍ଦୁଝର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି। ୧୫ ଡିଗ୍ରୀ ତଳେ ଟ୍ବିନ ସିଟି ପାରଦ ରହିଛି। ଭୁବନେଶ୍ବରରେ ୧୫, କଟକରେ ୧୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ଆଗାମୀ ୭ଦିନ ଯାଏ ରାଜ୍ୟରେ ପାଗରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ପାଗ ଶୁଷ୍କ ରହିବା ସହ ଥଣ୍ଡା ଅନୁଭୂତ ହେବ। ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହିତ ହେଉଥିବାରୁ ଶୀତ ଜାରି ରହିବ। ଆଗାମୀ ଚାରି ପାଞ୍ଚ ଦିନରେ ରାତିର ସ୍ବାଭାବିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ବୋଲି କୁହାଯାଇଛି। ଶୀତର ପ୍ରକୋପ ବଢ଼ିବା ସହିତ ସକାଳୁ ସକାଳୁ ଘନ କୁହୁଡ଼ିରେ ଆଚ୍ଛାଦିତ ହେଉଛି ଦାରିଙ୍ଗବାଡ଼ି ସମେତ ଆଭ୍ୟନ୍ତରୀଣ ଅଞ୍ଚଳ ।

ad-week
Leave A Reply

Your email address will not be published.